www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ଦୁଇ ଅଭିନେତ୍ରୀଙ୍କଠାରୁ ମାସ୍କ ତିଆରି ଶିଖିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରି ଲକ୍‌ଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ଘୋଷଣା କରିଛନ୍ତି। ଉଦବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ କରୋନା ଯୁଦ୍ଧରେ ବିଜୟୀ ହେବା ଲାଗି ଘରେ ତିଆରି ମାସ୍କ ବ୍ୟବହାର କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ମୋଦୀ କହିଛନ୍ତି, ଯଦି ଆପଣ ଭାବୁଥିବେ ଘରେ କିପରି ମାସ୍କ ତିଆରି କରିବେ, ତେବେ ହୀନା ଖାନ ଏବଂ ଅଦା ଶର୍ମା ଆପଣଙ୍କ ଏହି ସମସ୍ୟାର ସମାଧାନ କରିପାରିବେ।

ସୂଚନାଯୋଗ୍ୟ, କିଛିଦିନ ତଳେ ଏହି ଦୁଇ ଅଭିନେତ୍ରୀ ଘରେ କିପରି ମାସ୍କ ତିଆରି କରାଯାଇପାରିବ ତାହାର ଟ୍ୟୁଟୋରିଆଲ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ। ଭିଡିଓରେ ହୀନା ଖାନ ଘରେ ମାସ୍କ ତିଆରି କରିବାର କୌଶଳ ଶିଖାଇଥିଲେ। ସବୁଠୁ ବଡ଼ କଥା ହେଲା ଘରେ ମାସ୍କ ତିଆରି କରାଗଲେ ତାହାକୁ ପୁନର୍ବାର ସଫା କରି ବ୍ୟବହାର କରାଯାଇପାରିବ। ହୀନା ଭିଡିଓରେ ଦେଖାଇଥିଲେ ଯେ, ସେ ଏକ କପଡ଼ାକୁ ଉପଯୁକ୍ତ ଆକୃତିରେ କାଟିଥିଲେ, ପରେ ତାହାକୁ ସିଲେଇ କରିଥିଲେ। ହୀନାଙ୍କ ଏହି କୌଶଳ ଅତି ସରଳ ଥିଲା। ସୋସିଆଲ ମିଡିଆରେ ଏହାକୁ ବହୁ ପ୍ରଶଂସା କରାଯାଇଥିଲା।

- Advertisement -

https://www.instagram.com/tv/B-r7uP7Jdqo/?utm_source=ig_web_copy_link

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories