www.samajalive.in
Monday, December 8, 2025
13.1 C
Bhubaneswar

ନିଯୁକ୍ତିଦାତାଙ୍କୁ ଆଗୁଆ ସୂଚନା ନ ଦେଲେ ମିଳିବ ନାହିଁ ଆୟକର ରିହାତି

ନୂଆଦିଲ୍ଲୀ: କର୍ମଚାରୀମାନେ କେଉଁ ପ୍ରକାରର ଆୟକର ସାରଣୀ ବ୍ୟବହାର କରିବେ ଏବଂ ଆୟକର ନିମନ୍ତେ କେଉଁ ବିକଳ୍ପ ଅନୁସରଣ କରିବେ ସେ ସମ୍ପର୍କରେ କର୍ମଚାରୀ ନିଜ ନିଯୁକ୍ତିଦାତାଙ୍କୁ ବିବରଣୀ ଦେବାକୁ ପଡ଼ିବ । ଯାହା ଆଧାରରେ କର୍ମଚାରୀଙ୍କ ବେତନରୁ ଟିଡ଼ିଏସ୍ କଟାଯାଇ ପାରିବ ।   ସିବିଡ଼ିଟି ପକ୍ସୋଷରୁ ମବାର ପ୍ରକାଶିତ ଏକ ସର୍କୁଲାରରେ ଏ ସମ୍ପର୍କରେ ମାର୍ଗଦର୍ଶିକା ପ୍ରକାଶ ପାଇଛି । ଯଦି କର୍ମଚାରୀ ଏ ସମ୍ପର୍କରେ ସୂଚନା ନ ଦେବେ ତେବେ ଘରଭଡ଼ା, ଗୃହ ଋଣ ଉପରେ ସୁଧ ଏବଂ  ଧାରା ୮୦ସି, ୮୦ଡ଼ି, ୮୦ସିସିଡ଼ି ଆଦି ଅଧୀନରେ  ଟିକସ ରିଆତି ପାଇବେ ନାହିଁ । 

Clarification-115BC-of-Income-Tax-Act

- Advertisement -

ସମ୍ପ୍ରତି ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫% ଆୟକର ଧାର୍ଯ୍ୟ ହୋଇଛି । ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦%, ୭.୫ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫%, ୧୦ଲକ୍ଷରୁ ୧୨.୫ ଲକ୍ଷ ଟଙ୍କା ଆୟ ଉପରେ ୨୦%, ୧୨.୫ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ଟଙ୍କା ଆୟ ଉପରେ ୨୫% ଏବଂ ୧୫ ଲକ୍ଷ ଟଙ୍କାରୁ ଊର୍ଧ୍ବ ଆୟରେ ୩୦% ଟିକସ ଧାର୍ଯ୍ୟ ହୋଇଛି ।

ସିବିଡ଼ିଟି (ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡ଼ାଇରେକ୍ଟ ଟ୍ୟାକ୍ସ) ପକ୍ଷରୁ ପ୍ରକାଶିତ ସର୍କୁଲାର ଅନୁସାରେ ଆୟକରଦାତାଙ୍କୁ ତାଙ୍କର ଆୟକର ରିଆତି ପାଇଁ ନିଜ ନିଯୁକ୍ତି ଦାତାଙ୍କୁ ସୂଚନା ଦେବାକୁ ପଡ଼ିବ । ନିଯୁକ୍ତିଦାତା ୧୧୫ ଧାରା ଅନୁସାରେ ତାଙ୍କର ରିଆତି ପରର  ଆୟର ଟିଡ଼ିଏସ୍ (ଟ୍ୟାକ୍ସ ଡ଼ିଡ଼କ୍ଟେଡ଼ ଆଟ୍ ସୋର୍ସ) କାଟିବେ । କର୍ମଚାରୀ ଏ ସମ୍ପର୍କରେ ପ୍ରାକ୍ ସୂଚନା ନ ଦେଲେ ନିଯୁକ୍ତିଦାତା ମୋଟ ଦରମାର ଟିକସ କାଟିବେ ବୋଲି ଉଲ୍ଲେଖ କରାଯାଇଛି । 

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories