www.samajalive.in
Monday, December 8, 2025
27.1 C
Bhubaneswar

ଭାରତରେ ଥିବା ୮୦୦ ଆମେରିକୀୟଙ୍କ ମଧ୍ୟରୁ ୭୯୦ ଜଣ ନିଜ ଦେଶକୁ ଫେରିବାକୁ ଚାହୁଁନାହାଁନ୍ତି, କାହିଁକି….

ନୂଆଦିଲ୍ଲୀ ; ଭାରତରେ ଲକଡାଉନ୍ ଘୋଷଣା ହେବା ପରେ ପ୍ରାୟ ୪୪୪ ଅଷ୍ଟ୍ରେଲିଆ ନାଗରିକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ମେଲବର୍ଣ୍ଣ ଅଭିମୁଖେ ଯାତ୍ରା କରିଛନ୍ତି। କିନ୍ତୁ ଭାରତରେ ଥିବା ଅଧିକାଂଶ ଆମେରିକୀୟ ନାଗରିକ ନିଜ ଦେଶକୁ ଫେରିବାକୁ ଚାହାଁନ୍ତି ନାହିଁ। ପ୍ରାୟ ୮୦୦ ଆମେରିକୀୟ ନାଗରିକଙ୍କ ମଧ୍ୟରୁ ୭୯୦ ଜଣ ନିଜ ଦେଶକୁ ନ ଯାଇ ଏଠାରେ ରହିବାକୁ ଚାହାଁନ୍ତି।

ବିଭିନ୍ନ ଦେଶରେ ଫସି ରହିଥିବା ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଆମେରିକା ପ୍ରଶାସନ ସ୍ୱତନ୍ତ୍ର ବିମାନ ଚଳାଚଳ କରୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ, ପ୍ରାୟ ୫୦ ହଜାର ଲୋକଙ୍କୁ ଆମେରିକା ଫେରାଇ ଆଣାଯାଇଛି। କିନ୍ତୁ ଅନେକ ଆମେରିକୀୟ ଫେରିବାକୁ ଚାହାଁନ୍ତି ନାହିଁ।

- Advertisement -

ଏହାର ମୁଖ୍ୟ କାରଣ ହେଉଛି ଆମେରିକାର ଦ୍ରୁତଗତିରେ ବ୍ୟାପୁଥିବା କରୋନା ଭାଇରସ୍। ଆମେରିକାରେ କରୋନା ଭାଇରସ୍ ରେ ମୃତ୍ୟୁ ସଂଖା ସର୍ବାଧିକ। ଏଭଳି ପରିସ୍ଥିତିରେ ଆମେରିକୀୟ ନାଗରିକମାନେ ନିଜକୁ ଭାରତରେ ନିରାପଦ ମନେ କରୁଛନ୍ତି।

ୱାଶିଂଟନ୍‌ରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଆମେରିକାର ବୈଦେଶିକ ବିଭାଗର ଅଧିକାରୀ ଇଆନ୍ ବ୍ରାଉନ୍ଲି କହିଛନ୍ତି ଯେ, ଭାରତରେ ଉପସ୍ଥିତ ଆମେରିକୀୟମାନଙ୍କୁ ସପ୍ତାହକ ମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ଦେଶକୁ ଫେରାଇ ଆଣିବାକୁ ଆମେ ଯୋଜନା କରିଥିଲୁ। ଭାରତରେ ଉପସ୍ଥିତ ଆମ କର୍ମଚାରୀମାନେ ୮୦୦ ନାଗରିକଙ୍କୁ ଡାକି ପଚାରିଥିଲେ ଯେ, ସେମାନେ ବିମାନ ଯୋଗେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି କି? କେବଳ ୧୦ ଜଣ ଆମେରିକୀୟ ନାଗରିକ ଏଥିରେ ରାଜି ହୋଇଥିଲେ। ବାକି ୭୯୦ ଜଣ ଏଥିରେ ଅନିଚ୍ଛା ପ୍ରକାଶ କରିଥିଲେ।

ବ୍ରିଟେନ ଏହି ସପ୍ତାହରେ ଅମୃତସର, ନୂଆଦିଲ୍ଲୀ, ମୁମ୍ବାଇ, ଗୋଆ, ଚେନ୍ନାଇ, ହାଇଦ୍ରାବାଦ, କୋଚି, ବାଙ୍ଗାଲୋର, ଅହମ୍ମଦାବାଦ ଏବଂ କୋଲକାତାରୁ ଆହୁରି ୧୨ଟି ଚାର୍ଟର୍ ବିମାନ ଚଳାଇବାକୁ ଯୋଜନା କରିଛି। ଗତ ସପ୍ତାହରେ ପ୍ରଥମ ରାଉଣ୍ଡ ବିମାନରେ ଭାରତରେ ପଞ୍ଜୀକୃତ ହୋଇଥିବା ୩୫ ହଜାର ବ୍ରିଟିଶ ନାଗରିକଙ୍କ ମଧ୍ୟରୁ ପ୍ରାୟ ୨୦ ହଜାର ନିଜ ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories