ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ନିଜ ପକେଟ ମନିରୁ ଦାନ କଲେ ଭାଇ -ଭଉଣୀ
ଯାଜପୁର: କୋଭିଡର ମୁକାବିଲା କରିବା ପାଇଁ ନିଜ ପକେଟ ମନିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ଭାଇ ଓ ଭଉଣୀ। ଯାଜପୁର ଆପେକ୍ସ ସ୍କୁଲର ୯ମ ଶ୍ରେଣୀର ପ୍ରଭୁଦେବ ମିଶ୍ର ଏବଂ ଶ୍ରେୟା ପଣ୍ଡା ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଉଭୟ ନିଜର ପକେଟ ମନିକୁ ସଞ୍ଚୟ କରି ରଖିଥିଲେ । କିନ୍ତୁ କୋରୋନାର ମୁକାବିଲା ପାଇଁ ଉଭୟ ଭାଇ ଭଉଣୀ ଉକ୍ତ ଅର୍ଥକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଆବାସିକ କାର୍ଯାଳୟରେ ଭେଟି ଦାନ କରିଛନ୍ତି । ପୂର୍ବରୁ ଉଭୟ କେରଳରେ ହୋଇଥିବା ଭୟାବହ ବନ୍ୟାର ମୁକାବିଲା ପାଇଁ ମଧ୍ୟ ନିଜର ପକେଟ ମନି ଦାନ କରିଥିଲେ । ଏଭଳି ଉଦ୍ୟମକୁ ଜିଲାପାଳ ବେଶ ପ୍ରଶଂସା କରିଥିଲେ ।
Comments are closed.