ନୂଆଦିଲ୍ଲୀ: କର୍ମଚାରୀମାନେ କେଉଁ ପ୍ରକାରର ଆୟକର ସାରଣୀ ବ୍ୟବହାର କରିବେ ଏବଂ ଆୟକର ନିମନ୍ତେ କେଉଁ ବିକଳ୍ପ ଅନୁସରଣ କରିବେ ସେ ସମ୍ପର୍କରେ କର୍ମଚାରୀ ନିଜ ନିଯୁକ୍ତିଦାତାଙ୍କୁ ବିବରଣୀ ଦେବାକୁ ପଡ଼ିବ । ଯାହା ଆଧାରରେ କର୍ମଚାରୀଙ୍କ ବେତନରୁ ଟିଡ଼ିଏସ୍ କଟାଯାଇ ପାରିବ । ସିବିଡ଼ିଟି ପକ୍ସୋଷରୁ ମବାର ପ୍ରକାଶିତ ଏକ ସର୍କୁଲାରରେ ଏ ସମ୍ପର୍କରେ ମାର୍ଗଦର୍ଶିକା ପ୍ରକାଶ ପାଇଛି । ଯଦି କର୍ମଚାରୀ ଏ ସମ୍ପର୍କରେ ସୂଚନା ନ ଦେବେ ତେବେ ଘରଭଡ଼ା, ଗୃହ ଋଣ ଉପରେ ସୁଧ ଏବଂ ଧାରା ୮୦ସି, ୮୦ଡ଼ି, ୮୦ସିସିଡ଼ି ଆଦି ଅଧୀନରେ ଟିକସ ରିଆତି ପାଇବେ ନାହିଁ ।
Clarification-115BC-of-Income-Tax-Act
ସମ୍ପ୍ରତି ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫% ଆୟକର ଧାର୍ଯ୍ୟ ହୋଇଛି । ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦%, ୭.୫ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫%, ୧୦ଲକ୍ଷରୁ ୧୨.୫ ଲକ୍ଷ ଟଙ୍କା ଆୟ ଉପରେ ୨୦%, ୧୨.୫ ଲକ୍ଷ ଟଙ୍କାରୁ ୧୫ ଲକ୍ଷ ଟଙ୍କା ଆୟ ଉପରେ ୨୫% ଏବଂ ୧୫ ଲକ୍ଷ ଟଙ୍କାରୁ ଊର୍ଧ୍ବ ଆୟରେ ୩୦% ଟିକସ ଧାର୍ଯ୍ୟ ହୋଇଛି ।
ସିବିଡ଼ିଟି (ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡ଼ାଇରେକ୍ଟ ଟ୍ୟାକ୍ସ) ପକ୍ଷରୁ ପ୍ରକାଶିତ ସର୍କୁଲାର ଅନୁସାରେ ଆୟକରଦାତାଙ୍କୁ ତାଙ୍କର ଆୟକର ରିଆତି ପାଇଁ ନିଜ ନିଯୁକ୍ତି ଦାତାଙ୍କୁ ସୂଚନା ଦେବାକୁ ପଡ଼ିବ । ନିଯୁକ୍ତିଦାତା ୧୧୫ ଧାରା ଅନୁସାରେ ତାଙ୍କର ରିଆତି ପରର ଆୟର ଟିଡ଼ିଏସ୍ (ଟ୍ୟାକ୍ସ ଡ଼ିଡ଼କ୍ଟେଡ଼ ଆଟ୍ ସୋର୍ସ) କାଟିବେ । କର୍ମଚାରୀ ଏ ସମ୍ପର୍କରେ ପ୍ରାକ୍ ସୂଚନା ନ ଦେଲେ ନିଯୁକ୍ତିଦାତା ମୋଟ ଦରମାର ଟିକସ କାଟିବେ ବୋଲି ଉଲ୍ଲେଖ କରାଯାଇଛି ।



