www.samajalive.in
Thursday, December 11, 2025
23.1 C
Bhubaneswar

ମୁକାବିଲା ପାଇଁ ସହାୟତା କରିବାକୁ ପ୍ରସ୍ତୁତ: ରଘୁରାମ ରାଜନ୍‍

ଚିକାଗୋ : କୋଭିଡ-୧୯ର ମୁକାବିଲା କରିବା ଦିଗରେ ଭାରତକୁ ସହାୟତା କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‍। ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ରଣକୌଶଳ ନିର୍ଦ୍ଧାରଣ କରିବାକୁ ତାଙ୍କର ଅଭିଜ୍ଞତା ଓ ଜ୍ଞାନର ଉପଯୋଗ କରିବାକୁ ଯଦି ଆବଶ୍ୟକ ମନେ କରାଯାଏ ତେବେ ସେ ତାହା କରିବେ ବୋଲି ଏକ ଘରୋଇ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେଇ ଦୃଢତାର ସହିତ କହିଛନ୍ତି ରାଜନ୍‍। ସୂଚନାଯୋଗ୍ୟ ଯେ ସମ୍ପ୍ରତି ରଘୁରାମ ରାଜନ୍‍ ଚିକାଗୋ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ। କରୋନା ଭୁତାଣୁ ସଂକ୍ରମଣଜନିତ ପରିସ୍ଥିତିରେ ସମୁଦାୟ ବିଶ୍ୱ ଯେଉଁଭଳି ଜଟିଳ ସମୟ ଦେଇ ଗତିକରୁଛି, ତାହାର ମୁକାବିଲା ନିମନ୍ତେ ନୀତିଗତ ପ୍ରସଙ୍ଗ ସମେତ ଅନ୍ୟାନ୍ୟ ବିଷୟ ଉପରେ ବିଶ୍ୱ ଦୃଷ୍ଟିକୋଣରୁ ସମସ୍ତ ବିଷୟ ବିଚାରକୁ ନେଇ ଆବଶ୍ୟକ ପରାମର୍ଶ ଦେବା ସକାଶେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପକ୍ଷରୁ ଗଠନ କରାଯାଇଥିବା ୧୧ ସଦସ୍ୟ ବିଶିଷ୍ଟ ପରାମର୍ଶଦାତାମଣ୍ଡଳୀ ମଧ୍ୟରେ ରାଜନ୍‍ ସ୍ଥାନ ପାଇଛନ୍ତି।
ରାଜନ୍‍ କହିଛନ୍ତି, ସମୁଦାୟ ବିଶ୍ୱ ନିଶ୍ଚିତ ରୂପେ ଏକ ଗଭୀର ମାନ୍ଦା ଅବସ୍ଥାରେ ପ୍ରବେଶ କରିଛି। ଆସନ୍ତା ବର୍ଷ ପରିସ୍ଥିତିରେ ସୁଧୁରିବା ସେ ଆଶା କରୁଛନ୍ତି। ଭାରତ ସମ୍ପର୍କରେ ଉଲ୍ଲେଖକରି ସେ କହିଛନ୍ତି ଯେ ଦେଶରେ ପ୍ରଥମ ସମସ୍ୟା ହେଉଛି ବୈଦେଶିକ ବିନିମୟ ମୁଦ୍ରା। ଅନ୍ୟ ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡିକ ତୁଳନାରେ ଆମ ଦେଶର ମୁଦ୍ରା ବିନିମୟ ହାର ମୋଟାମୋଟି ସ୍ଥିର ରହିଛି ଏବଂ ଏ କ୍ଷେତ୍ରରେ ଅବଶ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କିଛିଟା ସମର୍ଥନ ମିଳିଛି। ଆମେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର କିଛି ପରିମାଣରେ ଅବମୂଲ୍ୟାୟନ କରିଛୁ। କିନ୍ତୁ ବ୍ରାଜିଲାରେ ତାହା ୨୫% ହ୍ରାସ ପାଇଛି। ଭାରତ ସେଭଳି ପରିସ୍ଥିତିରେ ନାହିଁ। ସେ ପ୍ରସ୍ତାବ ଦେଇ କହିଛନ୍ତି ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ଏଭଳି ଜରୁରୀ ପରିସ୍ଥିତିର ମୁକାବିଲା କରିବା ସକାଶେ ଭାରତ ସରକାର ବିରୋଧୀ ଦଳ ସମେତ ବିଶେଷଜ୍ଞମାନଙ୍କୁ ଡକାଇ ସେମାନଙ୍କର ମତାମତ ଲୋଡିବା ଆବଶ୍ୟକ। ସେ ସତର୍କ କରାଇଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁକିଛି ନିୟନ୍ତ୍ରଣ କରିବା ଏବଂ ଚାପରେ ଥିବା ଲୋକଙ୍କ ଉପରେ ଅଧିକ ଚାପଦେଇ କାମକଲେ ବିଶେଷ କିଛି ସଫଳତା ମିଳିବ ନାହିଁ। ସରକାରଙ୍କୁ ଆହୁରି ଅନେକ କିଛି କରିବାକୁ ହେବ। ତଥାପି ସରକାର ଯଦି ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ସବୁକିଛି ନିୟନ୍ତ୍ରଣ କରିବାକୁ ଚାହାନ୍ତି ତେବେ କିଛି ହେବନାହିଁ ଏବଂ ସ୍ଥିତି ସୁଧାରିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିବ।
ତେବେ ସେ କହିଛନ୍ତି ଯେ ସଠିକ ଦୃଷ୍ଟିଭଙ୍ଗୀ ଏବଂ ସଠିକ ଅଗ୍ରାଧିକାର ବିଷୟକୁ ନେଇ କାମକଲେ ଏବଂ ତାହାସହିତ ଭାରତରେ ଥିବା ଅନେକ ସାମର୍ଥ୍ୟକୁ ଉପଯୋଗ କଲେ ଦେଶ କରୋନାଜନିତ ପରିସ୍ଥିତିର ସଠିକ ମୁକାବିଲା କରିପାରିବ ଏବଂ ଏକ ଆଶାଜନକ ଆସନ୍ତାକାଲି ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରିବ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories