www.samajalive.in
Friday, December 12, 2025
17.1 C
Bhubaneswar

କରୋନା ଲକ ଡାଉନ : ହ୍ବାଟସଆପ୍ ଫିଚରରେ ପରିବର୍ତ୍ତନ…

ନୂଆଦିଲ୍ଲୀ:  କରୋନା ଲକଡାଉନ୍ ସମୟରେ ଲୋକମାନେ ନିଜ ସାଙ୍ଗ ଏବଂ ପରିବାର ସଦସ୍ୟଙ୍କ ସହ ଯୋଡିହୋଇ ରହିବାକୁ ହ୍ବାଟସଆପକୁ ଅଧିକ ବ୍ୟବହାର କରୁଥିବା ଜଣାପଡ଼ିଛି ।  ଅନ୍ୟପକ୍ଷରେ ହ୍ବାଟସଆପ ମଧ୍ୟ  ଫିଚରସରେ କିଛି ପରିବର୍ତ୍ତନ କରିଛି। ଯେପରିକି ଗ୍ରୁପ୍ ଭିଡିଓ କଲିଂ , ଷ୍ଟାଟସରେ ଦେଉଥିବା ଭିଡିଓର ଅବଧି ଓ ସେୟାର ଭିଳି ଫିଚରରେ ପରିବର୍ତ୍ତନ ଆଣିଛି । ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ଗୁଡ଼ିକ ବିଷୟରେ …

ଲକଡାଉନ୍ ସମୟରେ ଉପଭୋକ୍ତାମାନେ ହ୍ବାଟସଆପ ଷ୍ଟଟସରେ ଭିଡିଓ ଅଧିକ ଦେଉଥିବାରୁ କମ୍ପାନୀର ସର୍ଭରରେ ବହୁତ ଚାପ ସୃଷ୍ଟି କରିଛି। ଏହି ଚାପକୁ ହ୍ରାସ କରିବା ପାଇଁ ହ୍ବାଟସଆପ ଭିଡିଓର ସମୟ ସୀମାକୁ ହ୍ରାସ କରିଛି । ବର୍ତ୍ତମାନ ଉପଭୋକ୍ତାମାନେ ମାତ୍ର ୧୫ ସେକେଣ୍ଡର ଭିଡିଓ ସେୟାର କରିବାକୁ ସକ୍ଷମ ହେବେ। ଏହା ପୂର୍ବରୁ, ଉପଭୋକ୍ତାମାନେ ୩୦ ସେକେଣ୍ଡର ଭିଡିଓ ଦେଇପାରୁଥିଲେ ।

- Advertisement -

ସୋସିଆଲ ମିଡିଆରେ କରୋନା ଭୂତାଣୁ ବିଷୟରେ ଗୁଜବ ପ୍ରଚାର ହେବାପରେ ହ୍ବାଟସଆପ ଆପ ଏକ ବଡ ନିଷ୍ପତ୍ତି ନେଇଛି। ହ୍ବାଟସଆପ ବ୍ୟବହାରକାରୀମାନେ ବର୍ତ୍ତମାନ ଏକ ସମୟରେ କେବଳ ଜଣେ ଉପଭୋକ୍ତାଙ୍କୁ ଏକ ବାର୍ତ୍ତା ସେୟାର ବା ପଠାଇବାକୁ ସକ୍ଷମ ହେବେ। ପୂର୍ବରୁ ଏହା ଏକ ସମୟରେ ପାଞ୍ଚ ଜଣଙ୍କୁ ବାର୍ତ୍ତା ପଠାଇ ପାରୁଥିଲେ।

ଉପଭୋକ୍ତାମାନଙ୍କୁ ଧ୍ୟାନରେ ରଖି ହ୍ବାଟସଆପ ଗ୍ରୁପ୍ ଭିଡିଓ କଲିଂକୁ ପୂର୍ବ ଅପେକ୍ଷା ସହଜ କରିଛି। ଉପଭୋକ୍ତାମାନେ ସମସ୍ତ ସଦସ୍ୟଙ୍କୁ ଏକକାଳୀନ ଭିଡିଓ କଲ କରିବାକୁ ସମର୍ଥ ହେବେ।  ଏହାପୂର୍ବରୁ  ଚାରି ଜଣ ଉପଭୋକ୍ତାଙ୍କୁ ଗୋଟିଏ ପରେ ଗୋଟିଏ ଗ୍ରୁପ୍ କଲରେ ଯୋଡିବାକୁ ପଡୁଥିଲା ।

ଆଜିକାଲି ସୋସିଆଲ ମିଡିଆରେ କରୋନା ଭୂତାଣୁ ବିଷୟରେ ମିଥ୍ୟା ଖବର ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ହ୍ବାଟସଆପ ଖୁବ ଶୀଘ୍ର ଏକ ନୂତନ ଫିଚର ଆଣିବାକୁ ଯାଉଛି। ଏଥିରେ ଉପଭୋକ୍ତାମାନେ ଏକ ସର୍ଚ୍ଚର ବିକଳ୍ପ ପାଇବେ, ଯେଉଁଥିରେ ବାର୍ତ୍ତା ସମ୍ବନ୍ଧୀୟ ସୂଚନା ଇଣ୍ଟରନେଟରେ ସର୍ଚ୍ଚ କରାଯାଇପାରିବ। ଏହି ଫିଚର କିନ୍ତୁ ଏପର୍ଯ୍ୟନ୍ତ ଲଞ୍ଚ କରାଯାଇ ନାହିଁ । କମ୍ପାନୀ ଖୁବ ଶୀଘ୍ର ଏହି ଫିଚର ଲଞ୍ଚ କରିବ ବୋଲି ଆଶା କରାଯାଉଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories