www.samajalive.in
Wednesday, December 10, 2025
18.1 C
Bhubaneswar

ବଢୁଛି ତାପମାତ୍ରା, ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ହେଉଛି ଗୁଳୁଗୁଳି

ଭୁବନେଶ୍ଵର : ରାଜ୍ୟରେ ବର୍ତ୍ତମାନ ବଢିବାରେ ଲାଗିଛି ତାପମାତ୍ରା। ଦୁଇ ଦିନ ହେବ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ପ୍ରଭାବରେ ପାଗ ମେଘୁଆ ରହୁଥିଲେ ମଧ୍ୟ ଆଜି ପାଗରେ ପରିବର୍ତ୍ତନ ଆସିଛି। ଯାହାଫଳରେ ଆଜିଠାରୁ ରାଜ୍ୟରେ ତପମାତ୍ରା ବଢିବ ବୋଲି ଆକଳନ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ରାଜ୍ୟରେ ତାପମାତ୍ରା ବଢିବା ସହ ମୁଣ୍ଡ ଫଟା ଖରା ଏବଂ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ।ଏଥି ସହ ରାଜ୍ୟର କିଛି ସ୍ଥାନରେ ୧୪ ଓ ୧୫ ତାରିଖ ଯାଏଁ ଉପରେବେଳା ସମୟରେ କାଳବୈଶାଖୀ ହେବାର ମଧ୍ୟ ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ବିଶେଷ କରି ୧୨ରୁ ୧୪ ତାରିଖ ଭିତରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ । ପୁଣି ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମୟରେ ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆକଳନ କରାଯାଉଛି ।

ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାଗୁଡିକରେ ତାପମାତ୍ରା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ୧୪ ତାରିଖ ବେଳକୁ ତା‌ପମାତ୍ରା ପ୍ରାୟ ୨ ଡିଗ୍ରି କମି ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ତ୍ତମାନର ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହିସବୁ ଅଞ୍ଚଳରେ ୧୨ ଓ ୧୩ ତାରିଖ ଭିତରେ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ତେବେ ୧୪ ଓ ୧୫ ତାରିଖରେ ସ୍ଥା‌ନେ ସ୍ଥାନେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ସମ୍ବଲପୁରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିବ। ତେବେ ପଶ୍ଚିମ ଓଡ଼ିଶାରେ ୧୨ରୁ ୧୪ ତାରିଖ ଭିତରେ ତାପମାତ୍ରା କିଛି ବୃଦ୍ଧି ପାଇବ।

- Advertisement -

୧୪ ଓ ୧୫ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ହେବ । ଆଜି ବି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହୋଇପାରେ। କିନ୍ତୁ ରାଜ୍ୟର ବାକି ସମସ୍ତ ସ୍ଥାନ ଶୁଖିଲା ରହିବ ଓ ତାପମାତ୍ରା ବଢ଼ିବ। ୧୨ ଓ ୧୩ ତାରିଖ ସାରା ରାଜ୍ୟରେ ଶୁଖିଲା ପାଗ ରହିବ। ଏହି ସମୟରେ ତାପମାତ୍ରା କିଛି କିଛି ସ୍ଥାନରେ ୪୦ ଡିଗ୍ରି ଅତିକ୍ରମ କରିବ। ତେବେ ୧୪ ଓ ୧୫ ତାରିଖରେ ତାପମାତ୍ରାରେ ପରିବର୍ତ୍ତନ ଘଟିବ। କେତେକ ସ୍ଥାନରେ ପବନର ବେଗ ବଢ଼ିବ ଓ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଏହି ସମୟରେ ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମରେ କାଳବୈଶାଖୀ ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ସେହିଭଳି ମାଲକାନଗିରି, ସମ୍ବଲପୁର, ଦେଓଗଡ଼, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ. କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories