www.samajalive.in
Saturday, December 6, 2025
26.1 C
Bhubaneswar

ସହାୟତା ପରେ… ମୋଦୀ, କୋବିନ୍ଦଙ୍କୁ ଟ୍ବିଟରରେ ଫଲୋ କଲା ହ୍ବାଇଟ୍‌ହାଉସ

ନୂଆଦିଲ୍ଲୀ: କଥାରେ ଅଛି ବିପଦ ବେଳେ ଯିଏ ସହଯୋଗର ହାତ ବଢ଼ାଏ ସେ ହେଉଛି ପ୍ରକୃତ ବନ୍ଧୁ। କରୋନା ଭୂତାଣୁର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ଆମେରିକା ପାଇଁ ଭାରତ ଯେଉଁ ସହାୟତା ହାତ ବଢ଼ାଇଛି, ତାହା ଆମେରିକା ପାଇଁ ଚିର ସ୍ମରଣୀୟ ହୋଇ ରହିବ। ଏହି ପରିପ୍ରେକ୍ଷୀରେ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧ ଦେବା ପରେ ଏବେ ହ୍ବାଇଟହାଉସ ଭାରତର ଅୁନଗାମୀ ପାଲଟି ଯାଇଛି। ଅର୍ଥାତ ହ୍ବାଇଟ୍‌ହାଉସ ଟ୍ବିଟରରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଫଲୋ କରିବା ଆରମ୍ଭ କରିଛି। ଖାସ୍‌ କଥା ହେଉଛି, ହ୍ବାଇଟ୍‌ ହାଉସ ନିଜ ଟ୍ବିଟର ଆକାଉଣ୍ଟରେ କେବଳ ୧୯ଟି ଆକାଉଣ୍ଟକୁ ଫଲୋ କରିଥାଏ। ସେଥିରୁ ମାତ୍ର ୫ଟି ହେଉଛି ବିଦେଶୀ ଆକାଉଣ୍ଟ ଏବଂ ଏସବୁ ହେଉଛି ଭାରତୀୟ ଆକାଉଣ୍ଟ। ହ୍ବାଇଟହାଉସ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାରେ ଅବସ୍ଥିତ ଭାରତୀୟ ଦୂତାବାସ ଓ ଭାରତରେ ଅବସ୍ଥିତ ଆମେରିକୀୟ ଦୂତାବାସକୁ ଫଲୋ କରୁଛି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନ୍‌ ଜଷ୍ଟରଙ୍କୁ ବି ଫଲୋ କରାଯାଇଛି। ଏହା ବ୍ୟତୀତ ହ୍ବାଇଟ୍‌ହାଉସ କେବଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ ମହିଳା ମେଲାନିୟା ଟ୍ରମ୍ପ, ଉପରାଷ୍ଟ୍ରପତି ମାଇକ ପେନ୍‌ସଙ୍କ ସମେତ ଅନ୍ୟ କେତେଜଣ ଆମେରିକୀୟ ପ୍ରଶାସନ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଫଲୋ କରିଥାଏ।

Image Courtesy: Aajtak

ସୂଚନାଯୋଗ୍ୟ, ସାରା ବିଶ୍ବରେ ମହାମାରୀ ରୂପ​‌ ନେଇଥିବା କରୋନା ଭୂତାଣୁ ଯୋଗୁ ଆମେରିକା ସବୁଠୁ ବେଶୀ ପ୍ରଭାବିତ ହୋଇଛି। ଏଠାରେ ୪ ଲକ୍ଷ ୬୮ ହଜାରରୁ ଅଧିକ ଲୋକ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାବେଳେ ୧୬ ହଜାର ୬୯୭ ଜଣ ପ୍ରାଣ ହରାଇଲେଣି। ଏଭଳି ସ୍ଥିତିରେ କରୋନା ସହିତ ଲଢ଼ିବା ପାଇଁ ଆମେରିକାକୁ ହାଇଡ୍ରୋକ୍ଙୋରୋକ୍ବିନ ଔଷଧର ଆବଶ୍ୟକତା ଥିଲା। ଏଭଳି ଘଡ଼ସନ୍ଧି ମୁହୂର୍ତ୍ତରେ ଭାରତ ହିଁ ଏହି ଔଷଧ ଯୋଗାଇ ଆମେରିକାକୁ ସହାୟତାର ହାତ ବଢ଼ାଇବା ପରେ ଟ୍ରମ୍ପ ଭାରତକୁ ପ୍ରଶଂସାରେ ପୋତି ପକାଇଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories