www.samajalive.in
Friday, December 12, 2025
19.1 C
Bhubaneswar

ତୁଣ୍ଡି ନ ବାନ୍ଧିଲେ ତଣ୍ଡ

ଭୁବନେଶ୍ୱର : ତୁଣ୍ଡି ନ ବାନ୍ଧିଲେ ତଣ୍ଡ ଗଣିବାକୁ ପଡ଼ିବ। କରୋନା କଟକଣା। ନିଜକୁ ବଞ୍ଚାଇବା ଏବଂ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସରକାର କଡ଼ା ନିୟମ କରିଛନ୍ତି। କରୋନା ଭୂତାଣୁ ନେଇ ଭୟର ବାତାବରଣ ଚାରିଆଡ଼େ ସଞ୍ଚରିଗଲାଣି। ଅଳ୍ପବହୁତେ ସହର ଭିଆଇପିଙ୍କ ଠାରୁ ବସ୍ତିର ମେହନତି ମଣିଷ ସମସ୍ତେ ସଚେତନ ହେଲେଣି। ଏଠି ଭକ୍ତିଯୁଗର ପଞ୍ଚସଖାଙ୍କ କଥାକୁ ଦୋହରାଇ ଦେଇଛନ୍ତି ସରକାର। ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକାରେ କେଉଁ ଆବାହମାନ କାଳରେ ଲେଖିଥିଲେ ଯେ କଳିଯୁଗରେ ଏମିତି ଏକ ପରିସ୍ଥିତି ଘଟିବ ଯେଉଁ ରୋଗକୁ ବଇଦ ଚିହ୍ନିପାରିବେ ନାହିଁ। ଲୋକେ ବଳଦ ସଦୃଶ ମୁହଁରେ ତୁଣ୍ଡି ବାନ୍ଧି ଘରେ ଲୁଚିବେ। ଦୁଆର ମୁହଁରେ ଭୈରବ ଡାକିବ। ଏସବୁ ଯେମିତି ଘଟିଯାଉଛି ଏବେ। ଗାଈଗୋରୁଙ୍କ ମୁହଁରେ ପିନ୍ଧାଇଲେ ତୁଣ୍ଡି ଆଉ ମଣିଷ ପିନ୍ଧିଲେ ଇଂରାଜୀ ନାଁ ମାସ୍କ। ଫରକ ଏତିକି ଯେ ଗୋରୁଙ୍କ ପାଇଁ ବେତ ଓ ମୋଟା ଝୋଟ ଦଉଡ଼ିରେ ତୁଣ୍ଡି ତିଆରି ହୁଏ ମଣିଷ ମୁହଁପାଇଁ କପଡ଼ାରେ ତିଆରି ଜିନିଷକୁ ମାସ୍କ ବୋଲି ଲୋକେ କୁହଁନ୍ତି। ସେ ଯାହା ହେଉନା କାହିଁକି ଆଗରୁ ସରକାର ସୁସ୍ଥ ଲୋକ ମାସ୍କ ପିନ୍ଧିବା ଦରକାର ନାହିଁ ବୋଲି କହୁଥିଲେ, ଏବେ ପିନ୍ଧିବା ବାଧ୍ୟତାମୂଳକ କଲେଣି। ମାସ୍କ ନ ପିନ୍ଧିଲେ ଗୁରୁବାରଠାରୁ ତଣ୍ଡ ଗଣିବାକୁ ପଡ଼ିବ ବୋଲି ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ସରକାର। ଘରୁ ବାହାରିଲେ ମୁହଁରେ ତୁଣ୍ଡି ନଥିବା ଲୋକଙ୍କୁ ଧରିଲେ ୫୦୦ରୁ ୧୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ଏ ଆଇନକୁ ସହରର ଶିକ୍ଷିତ, ଭିଆଇପି ଘର ଲୋକେ ମାନିନେବେ। ସେମାନେ ବହୁପୂର୍ବରୁ ଏସବୁ ଜିନିଷ ଯୋଗାଡ଼ କରିଛନ୍ତି। ଯେତେବେଳେ କରୋନା ମହାମାରୀ ଘୋଷଣା କରାଗଲା ସେବେଠାରୁ କିଣାକିଣି କରିଛନ୍ତି; କିନ୍ତୁ ବସ୍ତିରେ ରହୁଥିବା ମେହନତି ମଣିଷ କ’ଣ କରିବେ। ଏବେ ତୁଣ୍ଡି (ମାସ୍କ) ଯୋଗାଡ଼ କରିବା ସେମାନଙ୍କ ପାଖେ କାଠିକର ପାଠ ହେଲାଣି। ଦୋକାନ ବଜାର ବନ୍ଦ। ଔଷଧ ଦୋକାନରେ ମାସ୍କ ମିଳୁନି। ସେମାନଙ୍କୁ ମାଗଣାରେ ସରକାର ଯୋଗାଇ ଦେଇନାହାନ୍ତି। ଏବେ ସରକାର ତରିକା ବଦଳାଇଛନ୍ତି। ଘରେ କପଡ଼ାରେ ମାସ୍କ ତିଆରି କରିବେ। ସମସ୍ତେ ଟେଲର ନୁହଁନ୍ତି ଯେ ଘରେ କରିପକାଇବେ। କପଡ଼ା ଦୋକାନ ବନ୍ଦ। ଗଞ୍ଜି କପଡ଼ା କୋଉଠୁ ମିଳିବ। ନିଜକୁ ବଞ୍ଚାଇବା ପାଇଁ ଏବେ ଭଲ ଗୋଲକଧନ୍ଦାରେ ଧନ୍ଦିହେବାକୁ ପଡ଼ିବ। ପ୍ରଶାସନ ମାଗଣାରେ ଗରିବ ଲୋକ ଏବଂ ବସ୍ତିଅଞ୍ଚଳରେ ମାସ୍କ ବାଣ୍ଟିବାକୁ ଦାବି ହେଉଥିଲେ ବି କୌଣସି ବ୍ୟବସ୍ଥା କରିନାହାନ୍ତି ମ୍ୟୁନିସିପାଲଟିର ବାବୁମାନେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories