www.samajalive.in
Thursday, December 11, 2025
14.1 C
Bhubaneswar

ସିଗାରେଟ୍ ନିଶାରେ ଯାଉଥିଲେ ଫ୍ରାନ୍ସରୁ ସ୍ପେନ୍!

ନିଶାଦ୍ରବ୍ୟର ମୋହରୁ ମୁକୁଳିବା ଖୁବ୍ କଷ୍ଟକର। ଶରୀର ପାଇଁ ଏହି ନିଶା ସେବନ ହାନିକାରକ ଜାଣିବା ସତ୍ତ୍ବେ ଲୋକେ ଏସବୁରୁ ସହଜରେ ମୁକୁଳିପାରନ୍ତିନାହିଁ। ନିକଟରେ ଲକ୍-ଡାଉନ୍ ପରିସ୍ଥିତିରେ ଜଣେ ବ୍ୟକ୍ତି ସିଗାରେଟ୍ କିଣିବା ନିମନ୍ତେ ଫ୍ରାନ୍ସରୁ ସ୍ପେନ୍ ଯାତ୍ରା କରୁଥିଲେ। ପରେ ସ୍ଥାନୀୟ ପୁଲିସ୍ ତାଙ୍କୁ ଧରି ଜୋରିମାନା କରିବା ସହ ଦଣ୍ଡ ଦେଇଛି। ବ୍ୟକ୍ତିିର ନାମ ଗୋପନ ରଖାଯାଇଛି। ଫ୍ରାନ୍ସରେ ନିଶା ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଥିବାବେଳେ ସେଇ ବ୍ୟକ୍ତିଜଣକ ଖବର ପାଇଲେ ଯେ ସ୍ପେନ୍‌‌ରେ ଏକ ପ୍ରାନ୍ତରେ ଚୋରାରେ ସିଗାରେଟ୍ ମିଳୁଛି। ତୁରନ୍ତ ସେ ସ୍ପେନ୍‌ ଯିବା ପାଇଁ ବାହାରିଲେ। ପ୍ରଥମେ ଚେକ୍‌-ପଏଣ୍ଟରେ ତାଙ୍କ କାର୍‌କୁ ସୁରକ୍ଷାକର୍ମୀ ଅଟକାଇ ଆଗକୁ ସେ ଯାଇପାରିବେନାହିଁ ବୋଲି କହିଲେ। ବ୍ୟକ୍ତିଜଣକ ସେଠାରୁ ଓହ୍ଲାଇ କିନ୍ତୁ ଆଗକୁ ବଢ଼ିବାର ଯୋଜନା କଲେ। ପାହାଡ଼ିଆ ରାସ୍ତା ଦେଇ ସେ ଆଗକୁ ବଢ଼ିଲେ, ଏକ ଝରଣା ପାଖରେ ସେ ସଂଜ୍ଞାହୀନ ହୋଇଗଲେ। ସୀମା ପାଖରେ ହେଲିକପ୍ଟର ସବୁ ସମୟରେ ଯାଞ୍ଚ କରୁଥିବାବେଳେ ଏହି ବ୍ୟକ୍ତିଜଣକୁ ଚିହ୍ନଟ କରିଥିଲା। ପୁଲିସ୍‌ ନିକଟରେ ସେ ସ୍ବୀକାର କଲେ ଯେ ସେ ଫ୍ରାନ୍ସ ସୀମା ଅତିକ୍ରମ କରି ସିଗାରେଟ୍ ଆଣିବାକୁ ସ୍ପେନ୍ ଯାଉଥିଲେ। ତାଙ୍କର ଏଭଳି ମତ ଶୁଣି ପୁଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା। ତାଙ୍କର ଏହି ଭୁଲ୍ ପଦକ୍ଷେପ ପାଇଁ ୧୧ହଜାର ଟଙ୍କ ଜୋରିମାନା ସହ ଘରେ ରହିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories