www.samajalive.in
Sunday, December 7, 2025
15.1 C
Bhubaneswar

ଦେଶରେ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋ ଜି କ୍ଲୋରୋକୁଇନ୍‍ ମହଜୁଦ ଅଛି

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଏ ପର୍ଯ୍ୟନ୍ତ ୫ହଜାର ୧୯୪ ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଗତକାଲି ୭୩୩ ଜଣ ଭୂତାଣୁରେ ସଂକ୍ରମିତ ହୋଇଥିବାର ପରୀକ୍ଷାରୁ ଜଣାପଡ଼ିଥିଲା। ଏ ପର୍ଯ୍ୟନ୍ତ ୪୦୨ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଛି। ନୂଆଦିଲ୍ଲୀରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି, ଯେହେତୁ ଦେଶରେ ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି ସେ ଦୃଷ୍ଟିରୁ ସରକାର ଏହାର ମୁକାବିଲା ପାଇଁ ତାଙ୍କର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରୁଛନ୍ତି।

ସେ କହିଛନ୍ତି, ଗୁରୁତର ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲମାନ ସ୍ଥାପନ କରାଯାଉଛି। ସେ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ହସ୍ପିଟାଲ ସ୍ଥାପନ ଓ ପର୍ଯ୍ୟବେକ୍ଷଣ ତଥା ସଂକ୍ରମିତ ଲୋକମାନଙ୍କୁ ଠାବ କରିବା ପ୍ରତି ଅଧିକ ଆଲୋକପାତ କରିବାକୁ ପରାମର୍ଶ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରୋ ଜି କ୍ଲୋରୋକୁଇନ୍‍ ମହଜୁଦ ରହିଥିବା ସେ କହିଛନ୍ତି।

- Advertisement -

ସ୍ୱରାଷ୍ଟ୍ର ବିଭାଗ ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି, ପଞ୍ଜିକୃତ ହୋଇଥିବା ନିର୍ମାଣ କ୍ଷେତ୍ରର ଶ୍ରମିକମାନଙ୍କୁ ୧ ହଜାରରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କାର ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏ ବାବଦରେ ଏ ପର୍ଯ୍ୟନ୍ତ ଦୁଇ କୋଟି ପଞ୍ଜିକୃତ ନିର୍ମାଣ କ୍ଷେତ୍ରର ଶ୍ରମିକମାନଙ୍କୁ ୩ ହଜାର କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମୁଖ୍ୟ ରମଣ ଗଙ୍ଗାଖେଦକର କହିଛନ୍ତି, ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୧ ହଜାରରୁ ଅଧିକ କୋଭିଡ୍‍-୧୯ ସଂକ୍ରମଣ ନମୁନାର ପରୀକ୍ଷା କରାଯାଇ ସାରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories