ନୂଆଦିଲ୍ଲୀ: କରୋନା ମୁକାବିଲା ଓ ଲକ୍ଡ଼ାଉନ ପ୍ରସଙ୍ଗରେ ଆସନ୍ତା ୧୧ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି, ଏହାର ମୁକାବିଲା ନିମନ୍ତେ ଗ୍ରହଣ ପଦକ୍ଷେପ, କେନ୍ଦ୍ର ସରକାରଙ୍କ ସହଯୋଗ ସମ୍ପର୍କରେ ମଧ୍ୟ ବୈଠକରେ ମଧ୍ୟ ବିସ୍ତୃତ ଆଲୋଚନା ହେବ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ। ବର୍ତ୍ତମାନ ପରିସ୍ଥିିତରେ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ଭାବ୍ୟ ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ବିଶେଷକରି ଗତ ମାର୍ଚ୍ଚ ୨୩ ତାରିଖଠାରୁ ସାରା ଦେଶରେ ଲକ୍ଡ଼ାଉନ ପରେ ବିଭିନ୍ନ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି । ଅନ୍ୟପକ୍ଷରେ ଦିନକୁଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଆସନ୍ତା ୧୧ ତାରିଖ ବୈଠକ ଉପରେ ସମସ୍ତଙ୍କର ଦୃଷ୍ଟି ନିବଦ୍ଧ ହୋଇଛି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାଳରେ ଲକ୍ଡ଼ାଉନ ପଦକ୍ଷେପକୁ ସମସ୍ତେ ସମର୍ଥନ କରିଛନ୍ତି । ତେବେ ଏହା ଆସନ୍ତା ୧୪ ତାରିଖରେ ଶେଷ ହେବା ନିମନ୍ତେ ଯେଉଁ ପ୍ରସ୍ତାବ ରହିଛି ଏହାକୁ ନେଇ ସର୍ବସମ୍ମତ ମତ ପ୍ରକାଶ ପାଇନାହିଁ । କରୋନା ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟ ସରକାର ଲକ୍ଡ଼ାଉନ୍ ଅବଧି ସମ୍ପ୍ରସାରଣ କରିବା ସପକ୍ଷରେ ଥିବା ଜଣାପଡ଼ିଛି ।
Popular Categories



