www.samajalive.in
Monday, December 8, 2025
14.1 C
Bhubaneswar

୪ଲକ୍ଷରୁ ଉର୍ଦ୍ଧ୍ବ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇଛନ୍ତି ବିଜେପି କାର୍ଯ୍ୟକର୍ତ୍ତା

– ସାମାଜିକ ଦୁରତ୍ୱ ବଜାୟ ରଖି ନିଜ ନିଜ ଅଞ୍ଚଳରେ ନିଃସ୍ୱ ଅସହାୟ ଗରିବଙ୍କୁ ଖାଦ୍ୟ ବଂଟନ କରୁଛନ୍ତି ଦଳୀୟ ପଦାଧିକାରୀ
– ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସ୍କ ବଂଟନ କରାଯାଇଛି
– ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର କାର୍ଯ୍ୟ ଚାଲୁ ରହିଛି
– ମହିଳାମୋର୍ଚ୍ଚାର ସମସ୍ତ ମା’ ଓ ଭଉଣୀମାନେ ନିଜ ଘରେ ହାତ ତିଆରି ମାସ୍କ ପ୍ରସ୍ତୁତ କରୁଛନ୍ତି
ଭୁବନେଶ୍ୱର : ଭାରତୀୟ ପରମ୍ପରା ‘ନର ସେବା – ନାରାୟଣ ସେବାକୁ ସମ୍ମାନ ଜଣାଇ ଲକ୍ ଡାଉନ୍ ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଞ୍ଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଃଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି। ୪ଲକ୍ଷରୁ ଊର୍ଦ୍ଧ୍ବ ନିଃସ୍ୱ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇଛନ୍ତି ବିଜେପି କାର୍ଯ୍ୟକର୍ତ୍ତା। ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସ୍କ ବଂଟନ କରାଯାଇଛି। ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି – ପ୍ରଧାନମବୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମରେ ବିଜେପିର ୬ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର, ୧୪୭ଟି ବିଧାନସଭା କ୍ଷେତ୍ର, ୩୮୪ଟି ବ୍ଲକ ଓ ପୈାରପାଳିକାରେ ବାସ କରୁଥିବା ୧ ଲକ୍ଷ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଛି। ସେହିପରି ୮୪ ହଜାରରୁ ଊର୍ଦ୍ଧ୍ବ ପରିବାରକୁ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଃଖୀଜନ, ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଖାଦ୍ୟା ବଂଟନ କରିବେ। ଏହି କାର୍ଯ୍ୟରେ ବିଜେପି ସାଂସଦ, ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ମାସ୍କ, ସାନିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି।
ପ୍ରତି ଗ୍ରାମରେ ଯେପରି କେହି ବି ଭୋକିଲା ନରହିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିଜ ଘର ପାଖରେ ଅନ୍ୟୁନ ୬ ଜଣ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବେ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ବରିଷ୍ଠ ନେତୃବୃନ୍ଦଙ୍କ ନିର୍ଦ୍ଦେଶାନୁଯାୟୀ କାର୍ଯ୍ୟକର୍ତ୍ତାମାନେ ମନପ୍ରାଣ ଦେଇ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଭଳି ସଙ୍କଟ ସମୟରେ ଘରୁ ନବାହାରିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନକ୍ରମେ ମହିଳା ମୋର୍ଚ୍ଚାର ସମସ୍ତ ମା’ ଓ ଭଉଣୀମାନେ ନିଜ ଘରେ ହାତ ତିଆରି ମାସ୍କ ପ୍ରସ୍ତୁତ କରୁଛନ୍ତି। ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବାରରୁ ଆରମ୍ଭ କରି ଜିଲ୍ଲା ଏବଂ ମଣ୍ଡଳସ୍ତରରେ କାର୍ଯ୍ୟକର୍ତ୍ତାମାନେ ମାସ୍କ ତିଆରି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଏହା ସହ କରୋନା ମୁକାବିଲା ପାଇଁ ପିଏମ କେୟାର୍ସ ପାଣ୍ଠିକୁ କିପରି ଅଧିକରୁ ଅଧିକ ବଦାନ୍ୟ ବ୍ୟକ୍ତିଙ୍କୁ ଯୋଡିବା ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିବାକୁ ବିଜେପି ନେତୃବୃନ୍ଦ ନିବେଦନ କରିଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠି ହୋଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି। ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଡ୍ ଦି ନିଡ୍ – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ର ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories