ବରଗଡ଼ : ଚନ୍ଦକା ଟ୍ରେନିଂ କ୍ୟାମ୍ପରେ ଗ୍ରୀନାମାଇଟ ବିସ୍ପୋରଣ ହୋଇ ପ୍ରାଣ ହରାଇଥିବା ଯବାନ ପ୍ରମୋଦ ସାହୁଙ୍କ ମର ଶରୀର ବୁଧବାର ବରଗଡ଼ ପହଞ୍ଚିବା ପରେ ସେଠାରୁ ତାଙ୍କ ଜନ୍ମମାଟି ବରଗଡ଼ ନିକଟସ୍ଥ କଟାପାଲି ଗ୍ରାମକୁ ନିଆଯାଇଥିଲା। ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଛି। ପ୍ରମୋଦଙ୍କ ମର ଶରୀର କଟାପାଲି ପହଞ୍ଚିବା ପରେ ସେଠାକାର ପରିବେଶ କାନ୍ଦ ବୋବାଳିରେ ଫାଟି ପଡିଥିଲା। ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବହୁ ଅଧିକାରୀ ତଥା ବରିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରମୋଦ ସାହୁଙ୍କ ବିୟୋଗରେ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।




