www.samajalive.in
Wednesday, December 10, 2025
26.1 C
Bhubaneswar

କ୍ଲବରେ ଜୁଆ ଅଡ୍ଡା, ପୁଲିସର ଚଢ଼ଉ ୩ ଅଟକ

ବ୍ରଜରାଜନଗର: ପୁଲିସ ପକ୍ଷରୁ ବୁଧବାରଠାରୁ ବ୍ରଜରାଜନଗର ଅଞ୍ଚଳରେ ନିୟମ କାନୁନ କଡାକଡି କରାଯାଇ ଅମାନିଆ ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହେଲେ ଜୁଆଡିଙ୍କ ଉପରେ ଏହା ପ୍ରଭାବହୀନ ରହିଛି। ଗାଁ କିମ୍ବା ସାହି ଗୁଡିକ ମୁଖ୍ୟ ରାସ୍ତାକୁ ବାଉଁଶରେ ଅବରୋଧ କରି ବେଧଡକ ଜୁଆ ଅଡ୍ଡା ଜମାଇ ରଖିଛନ୍ତି। ବୁଧବାର ବ୍ରଜରାଜନଗର ପୋୖରାଞ୍ଚଳ ନୂଆଡ଼ିହି ଗ୍ରାମର ଗୌରୀ ଶଙ୍କର କ୍ଲବରେ ଜୁଆ ଚାଲିଥିବା ନେଇ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ ଖବର ପାଇ ସଦଳବଳେ ଚଢ଼ଉ କରିଥିଲେ। ପୋଲିସର ଅତର୍କିତ ଚଢ଼ଉ ଦେଖି କିଛି ଜୁଆଡି ଫେରାର ମାରିଥିବା ବେଳେ ପୁଲିସ ହାବୁଡ଼ରେ ୩ ଜଣ ପଡ଼ିଥିଲେ। ଘଟଣାସ୍ଥଳରୁ ପୁଲିସ ୫ଟି ବାଇକ ଓ ଜୁଆଡିଙ୍କ ନିକଟରୁ ୧୭୭୦ ଟଙ୍କା ଜବତ କରିଥିବା ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ କହିଛନ୍ତି। ଚଢ଼ଉରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ ମଧ୍ୟ ସାମିଲ ଥିଲେ। ଅପରପକ୍ଷେ ଫେରାର ହୋଇଥବା ଜୁଆଡିଙ୍କ ଭିତରେ କିଛି କୁଜି ନେତା ତଥା ପ୍ରଭାବଶାଳୀ ନେତାଙ୍କ ଅନୁଗତ ରହିଥିବା ସୂଚନା ମିଳିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories