www.samajalive.in
Monday, December 8, 2025
27.1 C
Bhubaneswar

ଭାରତର ପଦକ୍ଷେପକୁ ହନୁମାନ ଓ ରାମାୟଣ ସହ ତୁଳନା କଲେ ବ୍ରାଜିଲ ରାଷ୍ଟ୍ରପତି; କହିଲେ ଭାରତ ଦେଲା ‘ସଞ୍ଜୀବନି ବୁଟି’

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନା ସଙ୍କଟ ଲାଗିରହିଛି। ଏହା ମଧ୍ୟରେ ବିଶ୍ବର ବଡ଼ ବଡ଼ ଦେଶଗୁଡ଼ିକ ମଧ୍ୟରେ ଭାରତ ଏହାର ପ୍ରଭାବ ବିସ୍ତାର କରିଥିବା ଦେଖିବାକୁ ମିଳିଛି। ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ରପ୍ତାନୀ ଉପରୁ କଟକଣା ହଟାଇଦେବା ପରେ ସବୁ ଦେଶ ଭାରତର ପ୍ରଶଂସା କରିବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଭାରତକୁ ଧନ୍ୟବାଦ ଦେଇଛନ୍ତି। ଭାରତ ଆମକୁ ‘ସଞ୍ଜୀବନି ବୁଟି’ ଦେଇଛି ବୋଲି ସେ କହିଛନ୍ତି।

ବୋଲସୋନାରୋ ଚିଠିରେ ରାମାୟଣ କଥା ଉଲ୍ଲେଖ କରିଛନ୍ତି। ସର ବିଦ୍ଧ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ଲାଗି ହନୁମାନ ସଞ୍ଜୀବନି ଆଣିଥିଲେ। ଏବେ ସଙ୍କଟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ବ୍ରାଜିଲକୁ ଯେଉଁ ସହାୟତା କରିଛି ତାହା ଠିକ୍‌ ରାମାୟଣରେ ହନୁମାନ ପ୍ରଭୁ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ପାଇଁ ସଞ୍ଜୀବନି ବୁଟି ଆଣି ତାଙ୍କ ଜୀବନ ରକ୍ଷା କରିବା କରିବା ଭଳି। ଭାରତରେ ଏବେ ହନୁମାନ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ବ୍ରାଜିଲ ରାଷ୍ଟ୍ରପତି ଭାରତର ପଦକ୍ଷେପକୁ ହନୁମାନ ଏବଂ ରାମାୟଣ ସହିତ ତୁଳନା କରିବା ବେଶ୍‌ ମହତ୍ଵ ସୃଷ୍ଟି କରିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories