www.samajalive.in
Friday, December 5, 2025
27.1 C
Bhubaneswar

ପ୍ରଶିକ୍ଷଣ ବେଳେ ଗ୍ରେନେଡ୍ ବିସ୍ଫୋରଣ – ହାବିଲଦାର ମୃତ, ୨ ଗୁରୁତର

ସମାଜ ପୋର୍ଟାଲ ଡେସ୍କ: ଭୁବନେଶ୍ୱରସ୍ଥିତ ଚନ୍ଦକା ସ୍ପେଶାଲ ଅପରେସନ ଗ୍ରୁପର ପ୍ରଶିକ୍ଷଣ ଚାଲିଥିବା ବେଳେ ହଠାତ ଗ୍ରେନେଡ୍ ବିସ୍ଫୋରଣ ହେବାରୁ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି। ମୃତ ହାବିଲଦାର ଜଣକ ହେଉଛନ୍ତି ପ୍ରକାଶ ସାହୁ ଓ ତାଙ୍କ ଘର ବରଗଡରେ। ସୂଚନା ଅନୁଯାୟୀ ଆଜି ଏସ୍ଓଜି ପ୍ରଶିକ୍ଷଣ କେନ୍ଦ୍ରରେ ଟ୍ରେନିଂ ଚାଲିଥିଲା ବେଳେ ଏକ ଗ୍ରେନେଡ ଅନ୍ୟ ଜଣେ ପ୍ରଶିକ୍ଷାର୍ଥୀଙ୍କ ଉପରେ ଫୁଟିବାକୁ ଯାଉଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ପ୍ରକାଶ ଗ୍ରେନେଡଟିକୁ ଧରି ବାହାରକୁ ଫୋପାଡ଼ି ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ତାଙ୍କ ହାତରେ ଫୁଟି ଯାଇଥିଲା।

ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଅନ୍ୟ ୨ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories