www.samajalive.in
Saturday, December 6, 2025
26.1 C
Bhubaneswar

ଆଠମଲ୍ଲିକରେ ବିଶୋଧନ କାର୍ଯ୍ୟକ୍ରମ

ଆଠମଲ୍ଲିକ ; କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଆଠମଲ୍ଲିକରେ ସୋମବାର ପୂର୍ବାହ୍ଣରେ ସ୍ଥାନୀୟ ଡାକ୍ତରଖାନା ଏବଂ ଡାକ୍ତରଖାନା ଛକଠାରୁ ୧ କିମି ବ୍ୟାପି ଷ୍ଟେଟବ୍ୟାଙ୍କ ଛକ ପର୍ଯ୍ୟନ୍ତ ବିଶୋଧନ କରାଯାଇଛି। ଆଠମଲ୍ଲିକ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀ ଅରୁଣ ନାୟକଙ୍କ ତତ୍ତ୍ବାବଧାନରେ ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ବିଶୋଧନ ପ୍ରକ୍ରିୟାରେ ସାନିଟାଇଜର ସ୍ପ୍ରେ କରାଯାଇଥିଲା। ସହକାରୀ ଜିଲାପାଳ ଲମ୍ବୋଦର ମାରାଣ୍ଡି, ବିଡ଼ିଓ ସଞ୍ଜୟ କୁମାର ଆଚାର୍ୟ୍ୟ, ଆଠମଲ୍ଲିକ ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ମେଡିକାଲ ଅଫିସର କସ୍ତୁରୀ ମିଶ୍ର  କାର୍ୟ୍ୟକ୍ରମକୁ ତଦାରଖ କରିଥିଲେ। ସେହିପରି କିଶୋରନଗର ବ୍ଲକ ରେ ବିଡ଼ିଓ ସୁଶ୍ରୀ ଅମୃତା ପ୍ରିୟମ୍ବଦା, ତହସିଲଦାର ଡ଼ଃ ଲକ୍ଷ୍ମୀ ପ୍ରସାଦ ସାହୁ, ଆଇଆଇସି ପ୍ରତିଭା ମାଝି ଉପସ୍ଥିତିରେ ବାମୁର ଅଗ୍ନିଶମ ବିଭାଗ କିଶୋରନଗର ବ୍ଲକ ଅଫିସ , ଥାନା ଓ ଡାକ୍ତରଖାନାକୁ ବିଶୋଧନ କରିଥିବା ପ୍ରକାଶ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories