ଭୁବନେଶ୍ୱର : ଚୈତ୍ର ଶୁକ୍ଳ ନବମୀ ତିଥି ବା ପବିତ୍ର ଶ୍ରୀରାମ ନବମୀ ଏହି ଦିନ ଧରାପୃଷ୍ଠରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ରାମ ନବମୀ ବେଶ ଧୁମ୍ଧାମରେ ସାରା ଦେଶରେ ପାଳନ ହୋଇଥାଏ। ଏଥର କିନ୍ତୁ କରୋନା ପାଇଁ ରାମ ନବମୀ ପୂରା ଫିକା ପଡ଼ିଛି। ବିନା ଶ୍ରଦ୍ଧାଳୁରେ ଶ୍ରୀରାମ ନବମୀ ରାମମନ୍ଦିର ମନଙ୍କରେ ପାଳନ ଚାଲିଛି । କରୋନା ବ୍ୟାପିବା ପରେ ସାରା ଦେଶରେ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରାଯାଉଛି ।
ବିଭିନ୍ନ ରାମ ମନ୍ଦିରରେ କେବଳସେବାୟତ ଓ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ କରାଯାଉଛି । ଅଯୋଧ୍ୟାରେ ମଧ୍ୟ ଶ୍ରୀରାମ ନବମୀ ଫିକା ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି। କେବଳ କିଛି ଲୋକଙ୍କୁ ନେଇ ଅତି ଆବଶ୍ୟକ ପଡ଼ୁଥିବା ଯଜ୍ଞ କରାଯାଉଛି। ସେହିପରି ଭୁବନେଶ୍ୱରସ୍ଥିତ ରାମମନ୍ଦିରରେ ମଧ୍ୟ ନିରାଡମ୍ୱର ଭାବେ ରାମ ନବମୀ ପାଳନ କରାଯାଉଛି। ରାମ ମନ୍ଦିରରେ ଗହଳି ନାହିଁ। ମନ୍ଦିରର ସବୁ ଫାଟକରେ ତାଲା ପକାଯାଇଛି ଏବଂ ମନ୍ଦିରକୁ ପୁଲିସ ଘେରି ରହିଛନ୍ତି। କିଛି ଶ୍ରଦ୍ଧାଳୁ ମନ୍ଦିର ବାହାରୁ ଦର୍ଶନ କରି ଯାଉଥିବା ଦେଖିବାକୁ ମିଳିଛି।



