www.samajalive.in
Saturday, December 6, 2025
26.1 C
Bhubaneswar

ନିଜାମୁଦ୍ଦିନ: ମରକଜରେ ଥିବା ୨୪ ଜଣ କରୋନା ପଜିଟିଭ, ଆସିଥିଲେ ୧୫ ଦେଶର ନାଗରିକ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବ୍‌ଲିଗୀ ଜମାତର ମରକଜରେ ରହୁଥିବା ଲୋକଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୩୪ ଜଣ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି। ମରକଜରେ ୧୫୦୦ରୁ ୧୭୦୦ ଲୋକ ଏକାଠି ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ୧୦୩୩ ଜଣଙ୍କୁ ବାହାର କରାଯାଇଛି। ଏଠାକୁ ପ୍ରାୟ ୧୫ ଦେଶରୁ ନାଗରିକ ଆସିଥିଲେ ବୋଲି ସୂଚନା ମିଳିଛି।

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ୩୩୪ ଜଣଙ୍କୁ ହସ୍ପିଟାଲ ପଠାଯାଇଛି। ଅନ୍ୟ ୭୦୦ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ମରକଜ ସେଣ୍ଟରରେ ଡାକ୍ତରୀ ଟିମ୍‌ ରହିଛନ୍ତି। ଆଖପାଖ ଅଞ୍ଚଳକୁ ସାନିଟାଇଜ କରାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଜାମୁଦ୍ଦିନସ୍ଥିତ ଜମାତର ମରକଜକୁ ୧୫ ଦେଶରୁ ନାଗରିକ ଆସିଥିଲେ। ଏଗୁଡ଼ିକ ମଧ୍ୟରେ ଇଣ୍ଡେନେସିଆ, ମାଲେସିଆ, ଶ୍ରୀଲଙ୍କା ସମେତ ଅନେକ ଦେଶର ନାଗରିକ ଥିଲେ। ସବୁଠୁ ଅଧିକ ନାଗରିକ ଇଣ୍ଡୋନେସିଆରୁ ଆସିଥିଲେ। ଇଣ୍ଡୋନେସିଆରୁ ପ୍ରାୟ ୮୦୦ ନାଗରିକ ଆସି ମରକଜରେ ଥିଲେ ବୋଲି ସୂଚନା ମିଳିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories