www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟ ସରକାରଙ୍କ ପଦ‌େ‌କ୍ଷପ ସନ୍ତୋଷଜନକ: ବିରୋଧୀ ଦଳ ନେତା

ଭୁବନେଶ୍ବର : କରୋନା ମୁକାବିଲାରେ ରାଜ୍ୟ ସରକାର ପର୍ୟ୍ୟାପ୍ତ ପଦକ୍ଷେପ ନେଉଛନ୍ତି। ବିପର୍ୟ୍ୟୟ ମୁକାବିଲା କ୍ଷେତ୍ରରେ ଏ ସରକାରଙ୍କର ସଫଳତାର ହାର ବେଶ ସନ୍ତୋଷଜନକ। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନାରେ ଭାଗ ନେଇ ଶ୍ରୀ ନାଏକ କହିଥିଲେ ଯେ ମହାମାରୀ ଆତଙ୍କ ସମୟରେ ବିଧାନସଭାର ଏହି ଐତିହାସିକ ଅଧିବେଶନ ଡକାଇବା ଏବଂ ବଜେଟ ପାରିତ କରାଇବା ପାଇଁ ମୋ ଦଳ ସମ୍ମତି ପ୍ରଦାନ କରୁଛି। ଆଲୋଚନା ବିନା ବଜେଟ ପାସ କରିବା ମୁଖ୍ୟ ବିରୋଧୀ ଦଳ ଭାବରେ ଆମର ଓଡ଼ିଶାବାସୀଙ୍କ ପ୍ରତି ଉତ୍ତରଦାୟିତ୍ବ। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କରୋନା ମୁକାବିଲା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଉଛି ଆମେ ସେସବୁର ଦୃଢ଼ ସମର୍ଥନ କରୁଛୁ। ସେ କହିଥିଲେ, ଓଡ଼ିଶା ସରକାରଙ୍କ ଦ୍ବାରା ଯେଉଁ ବଜେଟ ପ୍ରସ୍ତୁତ କରାଯାଇଛି ଏହି ଅର୍ଥ ରାଜ୍ୟର ସାଧାରଣ ଜନତାଙ୍କ ଝାଳ ବୁହା କଷ୍ଟ ଅର୍ଜିତ ରୋଜଗାର। ଏହି ବଜେଟ ଅର୍ଥ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଖର୍ଚ୍ଚ କରିବାରେ କୌଣସି ଦ୍ବିଧା ବା ଦ୍ବନ୍ଦ୍ବ ରହିବାର ଆବଶ୍ୟକତା ନାହିଁ।
ଏହି ଅର୍ଥ ଉପରେ ରାଜ୍ୟର ଖଟିଖିଆ, ଗରିବ ଓ ସାଧାରଣ ଜନତାଙ୍କ ସମ୍ପୂର୍ଣ୍ଣ ହକ ରହିଛି। ସେମାନଙ୍କ ସାହାଯ୍ୟ ପାଇଁ ସୁବିଧା ସୁଯୋଗ ଦେବା ପାଇଁ ଏହି ଅର୍ଥ ଖର୍ଚ୍ଚ କରିବାକୁ ସରକାର ଉଦ୍ୟମ କରନ୍ତୁ। ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମକୁ ଆମେ ସମର୍ଥନ କରୁଛୁ।
ସେ କହିଥିଲେ, ରାଜଧାନୀରେ ଅଟକି ରହିଥିବା ୧ଲକ୍ଷରୁ ଅଧିକ ଦିନ ମଜୁରିଆଙ୍କୁ ଖାଦ୍ୟ, ରହଣି ବ୍ୟବସ୍ଥା ଯୋଗାଇବା ସହିତ ଭୁବନେଶ୍ବର ଭଳି ପ୍ରତି ଜିଲା, ବ୍ଲକ ଓ ପଞ୍ଚାୟତର ପୀଡ଼ିତ ଜନସାଧାରଣଙ୍କ ନିକଟରେ ପ୍ରଶାସନ ସବୁ ପ୍ରକାର ସହାୟତା ପହଞ୍ଚାଇଦେବାକୁ ଦାବି କରିଥିଲେ। ରାଜ୍ୟର ୬୭୯୮ ପଞ୍ଚାୟତର ପ୍ରାୟ ୧୦ଲକ୍ଷ ଲୋକଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନାହାରଜନିତ ମୃତ୍ୟୁ ଏଡ଼ାଇବା ଦିଗରେ ଏକ ମହତ ଉଦ୍ୟମ ବୋଲି ସେ କହିଥିଲେ।
ଶ୍ରୀ ନାଏକ କହିଥିଲେ ଯେ ରାଜ୍ୟରେ ଏବେ ଅଧିକରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଭୂତାଣୁ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଗୋଟିଏ ବି ଅଜଣା କେସ ରାଜ୍ୟରେ କରୋନା ପରିସ୍ଥିତିକୁ ସଙ୍ଗିନ କରିପାରେ। ଆଗାମୀ କିଛି ଦିନ ଆମ ସମସ୍ତଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ। ଲକ ଡ଼ାଉନ ଯୋଗୁଁ ଆମ ରାଜ୍ୟର ଅଧିକାଂଶ ଲୋକ ବେକାର ଓ ବେରୋଜଗାରୀ ହୋଇପଡ଼ିଥିବାରୁ ଆଗାମୀ ୩ମାସ ପର୍ଯ୍ୟନ୍ତ ଜୀବିକା ଏବଂ ଖାଇବା ବ୍ୟବସ୍ଥା ନକଲେ ଆଗକୁ ଅପ୍ରୀତିକର ଘଟଣା ଘଟିବାର ଆଶଙ୍କା ରହିଛି। ଏ ଦିଗ‌େ‌ର ସରକାର ଆବଶ୍ୟକ କାର୍ୟ୍ୟପନ୍ଥା ଗ୍ରହଣ କରିବାକୁ ସେ ମତ ରଖିଥିଲେ। ସେ କହିଥିଲେ, ବିରୋଧୀ ଦଳ ଭାବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି। କରୋନା ଜନିତ ବିଶ୍ବଯୁଦ୍ଧ ଜିତିବା ପାଇଁ ଏହା ହିଁ ଐତିହାସିକ ସମୟ। ଏଥିରେ ଆମେ ପୂର୍ଣ୍ଣପ୍ରାଣରେ ଲଢ଼ିବା ପାଇଁ ପ୍ରସ୍ତୁତ। ଯେତେ ଆହ୍ବାନ ଆସିଲେ ବି ମନ ଓ ହୃଦୟ ଖୋଲା ରଖି ପ୍ରସ୍ତୁତ ରହିଲେ ଆମେ ଏହି ଆହ୍ବାନର ମୁକାବିଲା କରିପାରିବା ବୋଲି ସେ କହିଥିଲେ।

 

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories