www.samajalive.in
Wednesday, December 10, 2025
26.1 C
Bhubaneswar

କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛି ଉତ୍ତର କୋରିଆ

ନୂଆଦିଲ୍ଲୀ : କରୋନାରୁ ମୁକ୍ତି ପାଇଁ ସମଗ୍ର ବିଶ୍ବ ସଂଘର୍ଷ ଚଳାଇଥିବାବେଳେ ଉତ୍ତର କୋରିଆ ନିଜର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଚଳାଇଥିବା ଜଣାପଡ଼ିଛି। ଉତ୍ତର କୋରିଆର ଗୋଟିଏ ବି କରୋନା ଭୂତାଣୁ ସଂକ୍ରମଣ ଖବର ପଦାକୁ ଆସି ନାହିଁ। ଏହି ଦେଶର ଅଧିକାରୀମାନେ ମଧ୍ୟ ସେପରି କିଛି ଘୋଷଣା କରି ନାହାନ୍ତି। ପଡ଼ୋଶୀ ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ଉତ୍ତର କୋରିଆରେ କିପରି ଜଣେ ବି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ ? କରୋନାକୁ ନେଇ ଉତ୍ତର କୋରିଆ ବହୁତ କିଛି ଲୁଚାଉଥିବା ଜଣାପଡ଼ିଛି। ଏହି ଦେଶ କରୋନା ସଂକ୍ରମିତଙ୍କ ସଂଖ୍ୟା ଉ​‌େ​‌ଲ୍ଲଖ ନକରି ଗୋପନୀୟ ଭାବେ ଅନ୍ୟ ଦେଶରୁ ଚିକିତ୍ସା ପ୍ରଣାଳୀ ମାଗୁଥିବା ରିପୋର୍ଟ ହସ୍ତଗତ ହୋଇଛି। ସୀମା ଦେଇ ଦକ୍ଷିଣ କୋରିଆରୁ ମାସ୍କ ଓ ଅନ୍ୟ ପରୀକ୍ଷା ଉପକରଣ ମଗାଉଥିବା ଜଣାପଡ଼ିଛି। ଉତ୍ତର କୋରିଆର ନିରଙ୍କୁଶ ଶାସକ ରାଷ୍ଟ୍ରପତି କିମ୍‌ ​‌େ‌ଜାଙ୍ଗ ଉନ୍‌ଙ୍କ ନିର୍ଦେଶରେ ଏପରି କରାଯାଉଥିବା ଜଣାପଡ଼ିଛି। ଉତ୍ତର କୋରିଆ ଜାନୁଆରୀରେ ଚୀନ୍‌ ସଂଲଗ୍ନ ସୀମାକୁ ବନ୍ଦ କରି ଦେଇଥିଲା। ଏହି ମାସରେ ଚୀନ୍‌ରୁ ଆସିଥିବା ୫୯୦ ବ୍ୟକ୍ତିଙ୍କୁ ପରୀକ୍ଷା କରାଯାଇଥିଲା ତେବେ ସଭିଏଁ କରୋନା ସଂକ୍ରମଣରୁ ମୁକ୍ତ ଥିବା ଜଣାପଡ଼ିଥିଲା। ସେଠାକାର ଶାସକ ବିଶ୍ବ ସମୁଦାୟଙ୍କୁ ମିଥ୍ୟା ତଥ୍ୟ ଦେଇଥିବା ଦକ୍ଷିଣ କୋରିଆ ଅଭିଯୋଗ କରିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories