www.samajalive.in
Wednesday, December 10, 2025
26.1 C
Bhubaneswar

ଦେଶର ସ୍ୱାର୍ଥ ପାଇଁ ଗାଁକୁ ଫେରନାହିଁ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ କର୍ମସଂସ୍ଥାନ ବନ୍ଦ ହୋଇଯିବାରୁ ପ୍ରବାସୀ ଶ୍ରମିକମାନେ ଏବେ ଗାଁ ମୁହାଁ ହୋଇଛନ୍ତି । କର୍ମସଂସ୍ଥାନ ବନ୍ଦ ହେବା ସହିତ ଖାଦ୍ୟ ଓ ପାନୀୟର ଅଭାବ ଯୋଗୁଁ ଶ୍ରମିକମାନେ ଗାଁକୁ ଫେରୁଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସେମାନଙ୍କୁ ଏଥିରୁ ବାରଣ କରିଛନ୍ତି। କେଜରିୱାଲ ତାଙ୍କ ଟ୍ୱିଟର ମାଧ୍ୟମରେ ନିବେଦନ କରିଛନ୍ତି ଯେ ଦେଶର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରମିକମାନେ ଗାଁକୁ ନ ଫେରି ନିଜର ବର୍ତ୍ତମାନର ସ୍ଥାନରେ କିଛି ଦିନ ପାଇଁ ରୁହନ୍ତୁ । ରାଜ୍ୟ ସରକାର ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ବାସସ୍ଥାନର ବ୍ୟବସ୍ଥା କରିବେ। ଦିଲ୍ଲୀ ସରକାର ୪ଲକ୍ଷରୁ ଅଧିକ ଶ୍ରମିକଙ୍କୁ ଦୁଇବେଳା ଖାଦ୍ୟ ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ବେ ଲକଡାଉନ ଯୋଗୁଁ ଦିଲ୍ଲୀରେ କାମ କରୁଥିବା ଉତ୍ତରପ୍ରଦେଶ ଓ ହରିୟାଣାର ଲକ୍ଷ ଲକ୍ଷ ଶ୍ରମିକ ଗାଁକୁ ଫେରୁଥିବା ଲକ୍ଷ୍ୟ କରାଯାଇଛି। ଏପରିକି ଗାଁକୁ ଫେରିବା ଲାଗି ବିଭିନ୍ନ ଆନ୍ତଃରାଜ୍ୟ ବସ୍‍ ଟର୍ମିନାଲଗୁଡିକରେ ଲୋକଙ୍କ ଭିଡ ଦେଖାଯାଇଛି। ଶ୍ରମିକମାନଙ୍କ ଗାଁକୁ ଫେରିବା ଦ୍ୱାରା କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା ଲକଡାଉନର ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ ବୋଲି କେଜରିୱାଲ କହିଛନ୍ତି । କେଜରିୱାଲ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦିଲ୍ଲୀ ସରକାର ଦେଶର ସ୍ୱାର୍ଥ ପାଇଁ ପ୍ରବାସୀ ଶ୍ରମିକଙ୍କର ଖାଦ୍ୟ ଓ ବାସସ୍ଥାନର ବ୍ୟବସ୍ଥା କରିବେ। କରୋନା ସଂକ୍ରମଣ ରୋକିବାକୁ ୨୧ଦିନ ପାଇଁ ଲକଡାଉନ ଜାରି କରାଯାଇଛି। ଏହି ଲକଡାଉନ ଦ୍ୱାରା କରୋନା ସଂକ୍ରମଣ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବ ନାହିଁ । ଏଥିପାଇଁ ଲକଡାଉନ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories