www.samajalive.in
Thursday, December 11, 2025
16.1 C
Bhubaneswar

ପିପିଲି ସାପ୍ତାହିକ ହାଟରେ କରୋନା କଟକଣାକୁ “ଫୁ”

ପିପିଲି : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶକୁ ସଂପୂର୍ଣ୍ଣ ଲକ୍‍ଡାଉନ କରାଯାଇଥିବା ବେଳେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି। ତେବେ ସରକାରଙ୍କ ଏସବୁ ଆଇନ ପିପିଲିରେ ଫେଲ୍‍ ମାରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ଶୁକ୍ରବାର ଚାଲିଥିବା ଅସ୍ଥାୟୀ ହାଟରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ସାମାଜିକ ଦୂରତ୍ୱକୁ ସଂପୂର୍ଣ୍ଣ ବେଖାତିର କରିଥିବା ବେଳେ ରାସ୍ତା ଉପରେ ଶହ ଶହ ସଂଖ୍ୟାରେ ଗାଡିମୋଟର ଗଡିଥିଲା। ଉଭୟ ପୁଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କେବଳ ଦେଖଣାହାରୀ ପାଲଟିଥିବା ଅଭିଯୋଗ ହୋଇଛି।
ପୁରୀ ଜିଲାର ସବୁଠାରୁ ବଡ ତଥା ପ୍ରମୁଖ ହାଟ କୁହାଯାଉଥିବା ପିପିଲି ସାପ୍ତାହିକ ହାଟକୁ ପିପିଲି ହାଟଛକରୁ ସ୍ଥାନୀୟ ପଦାସାହି ସ୍ଥିତ ଇନ୍ଦିରା ମଇଦାନକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ସପ୍ତାହର ପ୍ରତି ସୋମବାର ଓ ଶୁକ୍ରବାର ଚାଲୁଥିବା ଏହି ହାଟରେ ହଜାର ହଜାର ସଂଖ୍ୟାରେ ଜନସମାଗମ ହେଉଥିବା ବେଳେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ତଥା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ହାଟକୁ ସ୍ଥାନୀୟ ମେଡିକାଲ ଛକ ନିକଟ ପଦାସାହି ସ୍ଥିତ ଇନ୍ଦିରା ମଇଦାନକୁ ସ୍ଥାନାନ୍ତର କରିବା ପାଇଁ ଗତ ସୋମବାର ଦିନ ସ୍ଥାନୀୟ ପ୍ରଶାସନ ଓ ପୁଲିସ ନିଷ୍ପତ୍ତି ନେଇଥିଲା। ତଦନୁଯାଇ ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ, ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଅତିରିକ୍ତ ତହସିଲଦାର ତଥା ପିପିଲି ଏନ୍‍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା ପ୍ରମୁଖ ଗତକାଲି ଇନ୍ଦିରା ମଇଦାନକୁ ଯାଇ ସେଠାରେ ହାଟ ବସିବାକୁ ସ୍ଥାନ ନିରୁପଣ କରିଥିଲେ। ଏପରିକି କେତେକ ବରିଷ୍ଠ ରାଜନେତା, ବ୍ୟବସାୟୀ ସଂଘ ସଭାପତି, ହାଟର ବରିଷ୍ଠ ବ୍ୟବସାୟୀଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଏହି ଅସ୍ଥାୟୀ ହାଟ ସଂପର୍କରେ ଆଲୋଚନା କରିଥିଲେ। ଏହି ଅସ୍ଥାୟୀ ହାଟ ସଂପର୍କରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଉକ୍ତ ପଡିଆର ଚାରିପଟେ ଅସ୍ଥାୟୀ ପନିପରିବା ଦୋକାନ ଖୋଲାଯିବ ଓ ପ୍ରତି ଦୋକାନ ମଧ୍ୟରେ ଅତିକମ୍‍ରେ ୧୫ ଫୁଟ୍‍ ଦୂରତା ରହିବ। ପ୍ରତି ଦୋକାନ ସମ୍ମୁଖରେ ୫ଫୁଟ୍‍ ଦୂରତାରେ ଗୋଲେଇ ଟଣା ଯିବ ଓ ସେହି ଗୋଲେଇ ମଧ୍ୟରେ ଗ୍ରାହକମାନେ ଠିଆ ହୋଇ ସାମାଜିକ ଦୂରତ୍ୱ ବଜାୟରଖି ପନିପରିବା ଓ ଅନ୍ୟାନ୍ୟ ସଉଦା କିଣିପାରିବେ ବୋଲି ପ୍ରଶାସନ ପକ୍ଷରୁ ବ୍ୟବସାୟୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ପିପିଲି ଏନ୍‍ଏସି ପକ୍ଷରୁ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ପାନୀୟ ଜଳ ଓ ପରିମଳ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ। ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ ଚାଲିବାକୁ ଥିବା ବେଳେ ସେଠାରେ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ ବୋଲି ଘୋଷଣା କରାଯିବା ସହ କଟକଣା ନିୟମ ଓ ସାମାଜିକ ଦୂରତ୍ୱ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମସ୍ତଙ୍କୁ କଡା ଚେତାବନୀ ଦିଆଯାଇଥିଲା। ଉକ୍ତ ଅସ୍ଥାୟୀ ହାଟ ମଧ୍ୟକୁ କେବଳ ବ୍ୟବସାୟୀ ଓ ଚାଷୀଙ୍କ ଗାଡି ଆସିବ କିନ୍ତୁ କୌଣସି ଗ୍ରାହକଙ୍କ ବାଇକ୍‍ କିମ୍ବା ୩ ଓ ୪ଚକିଆ ଗାଡିକୁ ରାସ୍ତାରେ ଗଡିବାକୁ ଦିଆଯିବ ନି ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଭାବେ ଘୋଷଣା କରାଯାଇଥିଲା। ତେବେ ପ୍ରଶାସନର ଏସବୁ ନିୟମ ଆଜି ଅନୁଷ୍ଠିତ ସାପ୍ତାହିକ ହାଟରେ ଖୋଲାଖୋଲି ଉଲଂଘନ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପ୍ରଶାସନିକ ଅଧିକାରୀମାନେ ସେଠାରେ କେବଳ ଦେଖଣାହାରି ପାଲଟିଥିବା ଅଭିଯୋଗ ହୋଇଛି।
ଶୁକ୍ରବାର ସକାଳ ୬ଟାରୁ ଉକ୍ତ ଇନ୍ଦିରା ମଇଦାନ ଠାରେ ଅସ୍ଥାୟୀ ହାଟ ଆରମ୍ଭ ହୋଇଥିଲା। ସକାଳ ୧୦ଟା ପରଠାରୁ ଭିଡ ବଢିବାରେ ଲାଗିଥିଲା। ହାଟ ସୁରୁଖୁରୁରେ ଚାଲିଛି ଓ କଟକଣା ନିୟମକୁ କଡାକଡି ଭାବେ ପାଳନ କରାଯାଉଛି ବୋଲି ପ୍ରଶାସନିକ ଅଧିକାରୀ ଓ କେତେକ ରାଜନେତା ମାନେ ଟିଭିରେ ବାଇଟ୍‍ ଦେଇ ବାହାବା’ ନେବାକୁ ଚେଷ୍ଟା କରିଥିଲେ। ତେବେ ୧୦ଟା ପର ଠାରୁ ପରିସ୍ଥିତି ଅଣାୟତ ହୋଇଥିଲା। ଲୋକେ ସରକାରଙ୍କ କଟକଣାକୁ ମାନିନଥିଲେ। ଶହ ଶହ ସଂଖ୍ୟାରେ ବାଇକ୍‍ ରାସ୍ତାରେ ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଗଡିଥିଲା। ପଡିଆ ମଧ୍ୟରେ ଯିଏ ଯେଉଁଠାରେ ଚାହିଁଲା ସେଠାରେ ଦୋକାନ ଖୋଲି ବସିଥିଲେ। ଦୋକାନ ମଧ୍ୟରେ ଦୂରତ୍ୱ ଦୂରେ ଥାଉ ଅଧିକାଂଶ ଦୋକାନ ଲାଗି କରି ହୋଇଥିଲା। ସାମାଜିକ ଦୂରତ୍ୱକୁ ଭୂଲି ଯାଇ ଦୋକାନ ଆଗରେ ଗ୍ରାହକମାନେ ଭିଡ ଲଗାଇ ପନିପରିବା କିଣୁଥିଲେ। ଅପରାହ୍ନରେ ଏନ୍‍ଏସି କତ୍ତୃପକ୍ଷ ସମସ୍ତ ଦୋକାନୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବାକୁ ଯେତେ ଚିଲାଇ ଚିଲାଇ କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଏଭଳି ପରିସ୍ଥିତିକୁ ନେଇ କରୋନା ଭୂତାଣୁ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ଥିବା ବୁଦ୍ଧିଜୀବୀ ମାନେ ଆଶଙ୍କା କରିବା ସହ ପ୍ରଶାସନର ଏଭଳି ଢିଲା ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ କଟକଣା ଉଲଂଘନକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories