www.samajalive.in
Thursday, December 11, 2025
23.1 C
Bhubaneswar

ଭାରତୀୟ ଅଟୋମୋବାଇଲ ଶିଳ୍ପ କ୍ଷତି ପରିମାଣ ୧୫ ହଜାର କୋଟି

ସମାଜ ପୋର୍ଟାଲ ଡେସ୍କ: ଲକ ଡାଉନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି ବିଏସ – ୪ ଗାଡି ବିକ୍ରି ସମୟସୀମା ଏପ୍ରିଲ ୨୪ ଯାଏଁ ବୃଦ୍ଧି କରିଥିଲେ ମଧ୍ୟ ଶିଳ୍ପରେ ମନ୍ଥରତା ଏବଂ ପରେ କରୋନାଭାଇରସ୍ ମହାମାରୀ ହେତୁ ବିକ୍ରି ନ ହୋଇ ପଡି ରହିଥିବା ବିଏସ – ୪ ଇଂଜିନ ବିଶିଷ୍ଟ ୧୫ ହଜାର ଯାତ୍ରୀବାହୀ କାର, ୧୨ ହଜାର ବାଣିଜ୍ୟିକ ଯାନ ଓ ୭ ଲକ୍ଷ ଦୁଇ ଚକିଆ ଯାନ ନିର୍ମାତା ଓ ଡ଼ିଲରମାନଙ୍କ କ୍ଷତି ପରିମାଣ ବୃଦ୍ଧି ହେବାରେ ଲାଗିଛି। ଆଜି ଭିଡିଓ କନଫରେନସିଂ ଜରିଆରେ ଶୁଣାଣି କରି ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଦୀପକ ଗୁପ୍ତା ଲକଡାଉନ୍ ଅବଧି ଶେଷ ଦିନ ଠାରୁ ୧୦ ଦିନ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆହୁରି ଅଧିକ ସମୟ ବୃଦ୍ଧି କରିବା ଉଚିତ ହେବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, “ଆସନ୍ତୁ ବଳିଦାନ ଶିଖିବା, ଦେଶର ପରିବେଶ ପାଇଁ କିଛି କରିବା।”

ଏକ ଆକଳନ ଅନୁଯାୟୀ, ବର୍ତ୍ତମାନର ପରିସ୍ଥିତି ଯୋଗୁ ଭାରତୀୟ ଅଟୋମୋବାଇଲ ଶିଳ୍ପ ପ୍ରାୟ ୧୩ହଜାର କୋଟିରୁ ୧୫ହଜାର କୋଟି ଟଙ୍କା ରାଜସ୍ୱ କ୍ଷତି ସହିବାର ସମ୍ଭାବନା ରହିଛି। ସମ୍ପ୍ରତି, ବିଏସ – ୪ ବିଶିଷ୍ଟ ଦୁଇ ଚକିଆ ଶିଳ୍ପ ୮ଲକ୍ଷ ୩୫ ହଜାର ବଳକା ୟୁନିଟ ସହ ଏକାକୀ ୪ ହଜାର ୬ ଶହ କୋଟି କ୍ଷତି ସହିବ। ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ କହିଛି ଯେ ପ୍ରତିଦିନ ୨୩ ଶହ କୋଟି ଟଙ୍କା କ୍ଷତି ହେଉଛି।

- Advertisement -

କିଛି ଅଟୋମୋବାଇଲ ନିର୍ମାତା ଏହି ସମୟସୀମା ବୃଦ୍ଧି ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜୁନ ମାସ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ, ଲକଡାଉନ୍ ହଟିବା ପରେ ଲୋକମାନଙ୍କ ଗାଡି କିଣିବା ସାମର୍ଥ୍ୟ ରହିବନି ତେଣୁ ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ ଏହା ଅଯଥା ବୋଝ ସୃଷ୍ଟି କରିବ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories