www.samajalive.in
Monday, December 8, 2025
14.1 C
Bhubaneswar

ଦୁଇଟି ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

କଲମପୁର :  କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତାର ହାରାମାଲ ମିଲ ଘର ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା କାରଣରୁ ଜଣକର ମୃତ୍ୟୁ ହେବା ଓ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛ। ସୂଚନା ଅନୁସାରେ ଟେମରା ଗ୍ରାମର ହିମାଂଶୁ ନାଏକଙ୍କ ପୁଅ ଯତିନ୍ଦ୍ର ୧୬ ବର୍ଷ ଓ ଅନ୍ୟ ଜଣେ ଗ୍ରାମର ଯୁବକ ରିତିକ ଶବର ଏକ ବାଇକ୍ ଯୋଗେ ପରୁଆଗୁଡା ଯାଉଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହେଇଥିଲା। ଧକ୍କା ଏତେ ତିବ୍ର ଥିଲା ଯେ ଉଭୟ ଯୁବକ ଛିଟିକି ପଡିଥିଲେ। ତୁରନ୍ତ କିଛି ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକ ପୁଣି ଆମ୍ବୁଲାନ୍ସ ଯୋଗେ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ପ୍ରୟାସ କରୁଥିବା ବେଳେ ଯତିନ୍ଦ୍ରର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଅନ୍ୟ ଗୁରୁତର ଯୁବକ ରିତିକକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ତାର ଅବସ୍ଥା ମଧ୍ୟ ଗୁରୁତର ଥିବା ସୁଚନା ମିଳିଛି।

ସୁଚନାଯୋଗ୍ୟଯେ, ଯତିନ୍ଦ୍ର ଭବାନିପାଟଣା ସ୍ଥିତ ବିନାୟକ କଲେଜରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷ ଛାତ୍ର। ବର୍ତମାନ ପରୀକ୍ଷା ଦେଉଥିଲା। କରୋନା ଭୁତାଣୁ ସଂକ୍ରମଣରୁ ଲୋକଙ୍କ ସୁରକ୍ଷା ପାଇଁ ଯୁକ୍ତ ଦୁଇ ପରୀକ୍ଷା ବନ୍ଦ କରିଦେଇଥିବାରୁ ଗତ ୨୧ ତାରିଖ (ଶନିବାର)ଦିନ ଯତିନ୍ଦ୍ର ନିଜର ସମସ୍ତ ସାମଗ୍ରୀ ନେଇ ଘରକୁ ଫେରିଥିଲା। କିନ୍ତୁ ଟେମରା ଭବାନିପାଟଣା ମଧ୍ୟରେ ଯାତାୟତ କରୁଥିବା ବସ ଚଳା ଚଳ ବନ୍ଦ ଥିବାରୁ ନିକଟସ୍ଥ ପରୁଆଗୁଡା ଗ୍ରାମକୁ ଯାତାୟତ କରୁଥିବା ସରକାରୀ ବସ ଯୋଗେ ଗାଁକୁ ଫେରିଥିଲା। କିନ୍ତୁ ସମସ୍ତ ସାମଗ୍ରୀ ପରୁଆଗୁଡା ଠାରେ ରଖି ଦେଇଥିଲା। ରବିବାର ଜନତା କର୍ଫ୍ୟୁ କାରଣରୁ ନିଜ ସାମଗ୍ରୀ ନେଇନଥିଲା। ସୋମବାର ଅପରାହ୍ନ ପ୍ରାୟ ୫ଟା ବେଳେ ନିଜ ସାମଗ୍ରୀ ନେବା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ଗ୍ରସ୍ଥ ହେବାଦ୍ୱାରା ମୃତ୍ୟୁ ବରଣ କରିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଅନ୍ୟ ଗାଡି ଚାଳକ ନିଜ ଗାଡି ଛାଡି ଫେରାର ମାରିଥିବା ବେଳେ ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଦୁଇଟି ମଟରସାଇକଲକୁ ଜବତ କରିଛି ଓ ଦୁର୍ଘଟଣାର ଅନୁସନ୍ଧାନ ଜାରି ରଖିଛି। ମଙ୍ଗଳବାର ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories