www.samajalive.in
Tuesday, December 9, 2025
17.1 C
Bhubaneswar

ଯାଜପୁରରେ ଲକ ଡାଉନର ପ୍ରଭାବ

ଯାଜପୁର: ଯାଜପୁର ଜିଲା କୋରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟର ୫ଟି ଜିଲା ଓ ୮ଟି ସହରକୁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏଥିରେ ଯାଜପୁର ଜିଲାର ଯାଜପୁର ରୋଡ ଓ ଯାଜପୁର ସହରକୁ ସାମିଲ କରାଯାଇଛି । ଯାଜପୁର ସହରରେ ଆଜି ଲକଡାଉନ ଦ୍ୱିତୀୟ ଦିନରେ ଚାଲିଥିବା ବେଳେ ଲୋକେ ଏହାକୁ ସମର୍ଥନ ଜଣାଇ ନିଜ ନିଜ ଘରେ ପରିବାରଙ୍କ ସହିତ ରହୁଛନ୍ତି । ସହରରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସହରକୁ ସଂଯୋଗ କରୁଥିବା ତିନିଗୋଟି ପ୍ରବେଶ ପଥରେ ପୁଲିସ ପକ୍ଷରୁ ବାହାରୁ ଆସୁଥିବା ଲୋକଙ୍କୁ ସହର ମଧ୍ୟକୁ  ନଯିବା ଲାଗି ବାରଣ କରାଯାଉଛି । ସେହିପରି କେତେଜଣ ଏହି ଲକଡାଉନକୁ ନମାନି ସହରରେ ବୁଲୁଥିବା ଦେଖିବାକୁ ମିଳିଛି । ଜିଲାପାଳ ରଂଜନ କୁମାର ଦାସ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଏବଂ ଏସପି ଚରଣ ସିଂ ମିନା ସହରରେ ବୁଲି ପରିସ୍ଥିତି ଉପରେ ନଜର ରଖିବା ସହିତ ଲୋକମାନଙ୍କୁ ଏସମ୍ପର୍କରେ ସଚେତନ କରୁଛନ୍ତି । ଏହି ଲକ ଡାଉନ ସମୟରେ ଯୋଉଁମାନେ ବିନା କାରଣରେ ବାହାରେ ବୁଲିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠନ ନିଆଯିବ ଏପରିକି ସେମାନଙ୍କୁ ଗିରଫ କରିବା ଲାଗି ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories