www.samajalive.in
Sunday, December 7, 2025
16.1 C
Bhubaneswar

ଯୋଜନା କ’ଣ ଜାଣିନାହାନ୍ତି ତୁର୍କା ଗ୍ରାମବାସୀ – ଗାଁକୁ ନାହିଁ ରାସ୍ତା, ଗାଁରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଫେଲ୍, ରାସ୍ତା ନଥିବାରୁ ଆବାସ ଯୋଜନା ପ୍ରହସନ

ଲାଞ୍ଜିଗଡ଼ : ଗ୍ରାମାଞ୍ଚଳର ବିକାଶ ସର୍ବପ୍ରଥମ। ସହରାଞ୍ଚଳର ମୁଖ୍ୟ ରାସ୍ତାରୁ ଗ୍ରାମାଞ୍ଚଳକୁ ରାସ୍ତାକୁ ସଂଯୋଗୀକରଣ ହେଉଛି ସରକାରଙ୍କ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ। ଏଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ସଡକ ଯୋଜନା ହାତକୁ ନେଇଛନ୍ତି। ଏହା କେତେକ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବରଦାନ ସ୍ୱରୁପ ସାଜିଥିବା ବେଳେ ଅନ୍ୟ କିଛି ଗ୍ରାମବାସୀ ଏହି ଯୋଜନା ବିଷୟରେ ଅବଗତ ନୁହଁନ୍ତି।

ଆମେ କହୁଛୁ ତୁର୍କା ଗ୍ରାମବାସୀଙ୍କ ବିଷୟରେ। ପ୍ରାୟ ୩୦ ବର୍ଷରୁ ଅଧିକ ହେବ ଏଠାରେ ଜନବସତି ଗଢି ଉଠିଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏମିତି ଅନେକ ଗାଁ ରହିଥିବା ବେଳେ ଗମନା ଗମନ ସାଧାରଣ ପାଦଚଲା ରାସ୍ତାଟିଏ ନାହିଁ। ସରକାରଙ୍କ ବିଭିନ୍ନ ଯୋଜନା ଉକ୍ତ ଅଞ୍ଚଳ ରେ ଅପହଞ୍ଚ ହୋଇ ରହିଛି। ଏପଟେ ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଧାରାରେ ୪୨୮ଟି ଜନହିତକର ଯୋଜନା ଓ କେନ୍ଦ୍ର ସରକାର ଏ ଟୁ ଜେଡ୍ ଯୋଜନା କରି ଗ୍ରାମାଞ୍ଚଳର ଗରିବ ଆଦିବାସୀଙ୍କ ଜୀବନ ଧାରାରେ ବହୁତ ବଡ ପରିବର୍ତ୍ତନ ଆଣିଥିବା କଥା କହୁଥିବା ବେଳେ ଏବେ ବି ଅନେକ ଅପହଞ୍ଚ ଇଲାକାର ଲୋକେ ଏସବୁ ଯୋଜନା କ’ଣ ଜାଣିନାହାନ୍ତି? ଏଭଳି ଏକ ଦୁର୍ଗମ ପାହାଡ ପର୍ବତ ଘେରା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ଲାଞ୍ଜି ପଞ୍ଚାୟତର ତୁର୍କା ଗାଁ। ବ୍ଲକ ମହକୁମା ଠାରୁ ୩୫କିମି ଦୂର ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୧୮କିମି ଦୂରରେ ଏହି ଗାଁ ଅବସ୍ଥିତ। ଏହି ଗାଁରେ ୩୫ରୁ ଅଧିକ ପରିବାର ରହୁଥିବା ବେଳେ  ସମସ୍ତେ ଆଦିବାସୀ ଶ୍ରେଣୀର। ଏହି ଗାଁରେ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥିବା ବେଳେ ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ। ରାସ୍ତା ନଥିବାରୁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେକୌଣସି ରୋଗ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୮କିମି ପାଦରେ ଚାଲି ଚାଲି ମୁଖ୍ୟ ରାସ୍ତାକୁ ଅଣା ଯାଇଥାଏ। ଗାଁରେ ରାସ୍ତା ଅଭାବରୁ ଏଠିକାର ଲୋକେ ଇଟା, ବାଲି ସିମେଣ୍ଟ ଆଣି ନପାରି ପ୍ରଧାନମନ୍ତ୍ରୀ ଆବାସ ସବୁ ନିର୍ମାଣ କରି ପାରୁନାହାନ୍ତି। ରାସ୍ତା ନଥିବାରୁ ପାଦରେ ଚାଲି ଚାଲି ୧୫କିମି ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତକୁ ଯିବାକୁ ପଡିଥାଏ। ସ୍କୁଲ ନଥିବାରୁ ଗାଁ ପିଲା ପାଠ ପଢି ନପାରି ବେକାର ହୋଇ ଗାଈ ଚରାଇ ବୁଲୁଛନ୍ତି। କିଛିପିଲା ଜଙ୍ଗଲରାସ୍ତାରେ ଚାଲିଚାଲି ଯୁବାଗାଁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।

- Advertisement -

ସ୍ଥାନୀୟ ଅଞ୍ଚୂରେ ଆଉ ଏକ ସମସ୍ୟା ହେଉଛି ପିଇବା ପାଣି। ଗାଁରେ ନଳକୂଅ ନଥିବାରୁ ନାଳପାଣି ଉପରେ ଭରସା କରୁଛନ୍ତି ଏଠାକାର ଅଦିବାସୀ। ଅନେକ ସରକାରୀ ଯୋଜନା ଥିଲେ ମଧ୍ୟ ଏଠାକାର ଅଦିବାସୀଙ୍କ ପାଇଁ ସବୁ ଅପହଞ୍ଚ ହୋଇପଡିଛି। ରାସ୍ତା ନଥିବା କାରଣରୁ ସରକାରୀ କର୍ମଚାରୀ ମାନେ ଉକ୍ତ ଅଞ୍ଚଳର ଦୁଃଖସୁଖ ବୁଝିବା ପାଇଁ ଗାଁକୁ ଯିବାକୁ ଇଛା ପ୍ରକାଶ କରନ୍ତି ନାହିଁ। ଏହି ଗାଁରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଫେଲ୍। ଗାଁରେ ଗୋଟିଏ ହେଲେ ପାଇଖାନା ନାହିଁ। ଗାଁର ଲୋକେ ବାହାରେ ମଳତ୍ୟାଗ କରି ଅନେକ ସଂକ୍ରାମକ ରୋଗରେ ପିଡିତ ହେଉଛନ୍ତି। ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଅନେକ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି। ସେ ଗାଁ ପାଇଁ ବିଜୁଳି ଆଲୁଅ ସାତସପନ। ଡିବିରି ଆଲୁଅ ହିଁ ସେମାନଙ୍କ ସାହାଭରସା। ଏମିତି ବିଭିନ୍ନ ସମସ୍ୟା ଦେଇ ଘାଣ୍ଟି ଚକଟି ହେଉଛନ୍ତି ତୁର୍କା ଗ୍ରାମବାସୀ। ଚଳିତ ବର୍ଷ ମୁଖ୍ୟରାସ୍ତା ଠାରୁ ଯୁବାଗାଁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଛି। ଆଉ ୮କିମି ରାସ୍ତା ହୋଇଥିଲେ ଏହି ଗାଁର ଭାଗ୍ୟ ବଦଳି ଯାଇଥାନ୍ତା ହେଲେ ଠିକାଦାର ଓ ଯନ୍ତ୍ରୀଙ୍କୁ ଅନେକ ନେହୁରା ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିବା ଗ୍ରାମର ଲୋଚନ ମାଝୀ ଓ କୁଳମଣି ମାଝୀ ପ୍ରକାଶ କରିଛନ୍ତି। ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି ହେଲେ କୌଣସି ଅଧିକାରୀ ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି। ଗତ କିଛିଦିନ ତଳେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କୁ ଲିଖିତ ଭାବରେ ନିଜ ଗୁହାରୀ ଜଣାଇଥିଲେ। ହେଲେ ସମସ୍ତେ ଏକ ପ୍ରକାର ନିଦାବିଷ୍ଣୁ। ଏ ଗାଁର ସମସ୍ୟାକୁ ନେଇ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଚଳିତ ବର୍ଷ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ ସେହି ଗାଁକୁ ଯେମିତି ହେଲେ ରାସ୍ତା ନିର୍ମାଣ କରାଯିବ ରାସ୍ତା ହେଲା ପରେ ସବୁ ଯୋଜନା ସେ ଗାଁକୁ ପହଞ୍ଚିବ ବୋଲି ପ୍ରକାଶ କରିଛନ୍ତି। ହେଲେ ସେହିଦିନ କେବେ ଆସିବ ତାହାର ଅପେକ୍ଷାରେ ଗ୍ରାମବାସୀ ରହିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories