www.samajalive.in
Monday, December 8, 2025
24.1 C
Bhubaneswar

କରୋନା ପାଇଁ ଦିନ ୨ଟା ପରେ ସହରାଞ୍ଚଳର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ବର : କରୋନା ପାଇଁ ସତର୍କତା ମୂଳକଭାବେ ରାଜ୍ୟର ସହରାଞ୍ଚଳମାନଙ୍କରେ ଥିବା ସମସ୍ତ ପାର୍କକୁ ଦିନ ୨ଟା ପରେ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ନଗର ଉନ୍ନୟନ ବିଭାଗ। ସୋମବାର ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନର୍ଦେଶାନାମାରେ ସହରାଞ୍ଚଳର ସବୁ ପାର୍କ ଦିନ ୨ଟା ପରେ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ରାଜଧାନୀ ଭୁବନେଶ୍ବର ସମସ୍ତ ପାର୍କ ମଧ୍ୟ ଦିନ ୨ଟାପରେ ବନ୍ଦ ରହିବା। ଏଥି ସହ ଭୁବନେଶ୍ବର ପାର୍କମାନଙ୍କରେ ରହିଥିବା ମୁକ୍ତ ଜିମ୍ ସାମଗ୍ରୀ ମାନଙ୍କ ଗୁଡିକରେ ମଧ୍ୟ ତାଲା ପକାଇଦିଆଯାଇଛି।

କରୋନା ଭାଇରସ୍ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କଟକ-ଭୁବନେଶ୍ଵରରେ ସମସ୍ତ ସିନେମା ହଲ୍, ସପିଂ ମଲ୍ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିଭିନ୍ନ ଜିଲ୍ଲାରେ ମଧ୍ୟ କରୋନା ପାଇଁ ୧୪୪ ଧାରା ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

- Advertisement -

କରୋନା ଭାଇରସ୍ ଭାରତରେ କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ଭାରତ ସରକାର ମଧ୍ୟ ବିଭିନ୍ନ କଟକଣା ଜାରି କରିଛନ୍ତି। ଭାଇରସ୍ରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories