www.samajalive.in
Monday, December 8, 2025
24.1 C
Bhubaneswar

ମାସ୍କ ପ୍ରସ୍ତୁତିରେ ସ୍ୱୟଂ ସହାୟକ ଗୋଷ୍ଠୀ; ୫ଦିନରେ ବିକ୍ରି ହେଲାଣି ୧୫,୦୦୦

କଟକ : କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବା ପରେ ଦେଶରେ ମାସ୍କର ଅଭାବ ସୃଷ୍ଟି ହୋଇଛି। ମାସ୍କର ଅଭାବକୁ ଦୃଷ୍ଟିରେ ରଖି କଟକ ଜିଲାର ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାସ୍କ ପ୍ରସ୍ତୁତିରେ ଲାଗିପଡିଛନ୍ତି। କଟକ ଓରମାସ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାସ୍କ ପ୍ରସ୍ତୁତି ସହିତ ବଜାରରେ ବିକ୍ରି କରିବାର ସୁଯୋଗ ଦେଇଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ବୁଢୀ ବାମନ ସ୍ୱୟଂ ସହାୟକ ଗୋଷ୍ଠୀ, ବାଙ୍କୀର ମା ମଙ୍ଗଳା ଏବଂ କଟକ ସଦର ବ୍ଲକର ଗାନ୍ଧୀ ସ୍ମୃତି ସ୍ୱୟଂ ସହାୟକ ଗୋଷ୍ଠୀା ଶତାଧିକ ମହିଳାଙ୍କୁ ଓରମାସ ପକ୍ଷରୁ ମାସ୍କ ତିଆରି ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ତାଲିମ ପରେ ଗୋଟିଏ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଦୈନିକ ୨୦୦ରୁ ୫୦୦ପର୍ୟ୍ୟନ୍ତ ମାସ୍କ ତିଆରି କରୁଛନ୍ତି। ମାସ୍କ ପ୍ରସ୍ତୁତ କରି ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ଜଣେ ମହିଳା ଦୈନକ ୨୦୦ରୁ ୩୦୦ ପର୍ୟ୍ୟନ୍ତ ଟଙ୍କା ରୋଜଗାର କରୁଥିବା ଓରମାସର ଉପନିର୍ଦେଶକ ବିପିନବିହାରୀ ରାଉତ କହିଛନ୍ତି। ବିଶ୍ୱବ୍ୟାପୀ କରୋନା କାୟାବିସ୍ତାର କରିବା ପରେ ବଜାରରେ ମାସ୍କର ସଙ୍କଟ ଦେଖାଦେଇଛି। ବଜାରରେ ମାସ୍କର କୃତ୍ରିମ ଅଭାବ ସୃଷ୍ଟି କରି ବହୁ ବ୍ୟବସାୟୀ ବେଶ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ବଜାରରେ ମାସ୍କର ଚାହିଦାକୁ ଦୃଷ୍ଟିରେ ରଖି କେତେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାସ୍କ ପ୍ରସ୍ତୁତି ତାଲିମ ଦେବାକୁ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଅବଦଲ ଅଖତର ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶକ୍ରମେ ଜିଲାର ୫ଟି ଊର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଓରମାସ ପକ୍ଷରୁ ମାସ୍କ ତିଆରି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ବଜାରରେ ସବୁଠାରୁ ଅଧିକ ମାସ୍କ ବିକ୍ରି ହେଉଛି। ଏକାଧିକ ଔଷଧ ଦୋକାନୀ ଏବଂ କମ୍ପାନୀ ଏହିସବୁ ଗୋଷ୍ଠୀର ପ୍ରସ୍ତୁତ ମାସ୍କ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ୫ଦିନ ମଧ୍ୟରେ ହାଜି ଅଲ୍ଲି ଉତ୍ପାଦିକା ଗ୍ରୁପ ୧୫,୦୦୦ ମାସ୍କ ବିଭିନ୍ନ ଦୋକାନକୁ ଯୋଗାଇ ସାରିଲାଣି। ବଜାରରେ ଏହି ମାସ୍କର ବେଶ ଚାହିଦା ରହିଥିବା ସେ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories