www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ସନ୍ଦିଗ୍ଧ ଦୁଇ ଦମ୍ପତି ଓ ଜଣେ ବିଦେଶୀ ନାବାଳିକା ଆଇସୋଲେସନ ଓ୍ବାର୍ଡରେ

ବଲାଙ୍ଗିର/ବ୍ରହ୍ମପୁର / ପୁରୀ : ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଟିହ୍ନଟ ହୋଇ ନ ଥିବା ବେଳ ଦେଶରେ କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ କିମ୍ବା ଦେଶ ବାହାରକୁ ଯାଇ ଫେରିଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ ଅବଗତ କରାଇବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି। ବଲାଙ୍ଗୀର ଓ ବ୍ରହ୍ମପୁରରେ ଦୁଇ ଜଣ ଦମ୍ପତିଙ୍କୁ କରୋନା ସନ୍ଦହରେ ଆଇସୋଲେସନରେ ଓ୍ବାର୍ଡରେ ରଖାଯାଇଛି। ଅନ୍ୟପକ୍ଷରେ ପୁରୀରେ ଜଣେ ବିଦେଶୀ ନାବାଳିକାଙ୍କୁ କରୋନା ସନ୍ଦେହରେ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ କଟକ ବଡ଼ ମଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗୀର ଜିଲାରେ କରୋନା ସନ୍ଦେହରେ ଜଣେ ଦମ୍ପତିଙ୍କୁ ଆଇସୋଲେସନ ଓ୍ବାର୍ଡରେ ରଖାଯାଇଛି। ସେମାନେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ କାନାଡ଼ାରୁ ଓଡ଼ିଶା ଫେରିଛନ୍ତି। ତାଙ୍କଠାରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ କାନାଡ଼ାରେ କରୋନା ବ୍ୟାପିଥିବାରୁ ଜିଲା ପ୍ରଶାସନ ଓ ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ବଲାଙ୍ଗୀର ଜିଲା ମେଡିକାଲର ଆଇସୋଲେସନ ଓ୍ୱାର୍ଡରେ ରଖିଛନ୍ତି।

- Advertisement -

ସେହିପରି ଦୁବାଇରୁ ବ୍ରହ୍ମପୁର ଫେରିଥିବା ଜଣେ ବ୍ୟକ୍ତିଙ୍କୁ ବ୍ରହ୍ମପୁର ଏମ୍‌କେସିଜିର କରୋନା ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କ ପତ୍ନୀଙ୍କୁ  ମଧ୍ୟ ମଧ୍ୟ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଏହି ଦମ୍ପତି ଜଣଙ୍କ ଚିକିଟି ଅଞ୍ଚଳର ବୋଲି ଜଣାପଡିଛି ।

ପୁରୀରେ ଜଣେ ୟୁରୋପର ଲିଥୁଆନିଆର ନାବାଳିକା ଦୀର୍ଘ ୩ ସପ୍ତାହ ଧରି ଥଣ୍ଡା କାଶରେ ପୀଡିତ ହୋଇଥିଲେ। ଆଜି ପ୍ରଥମେ ତାଙ୍କ ପରିବାର ସହ ଏକ ବେସରକାରୀ ହସ୍ପିଟାଲ ଚିକିତ୍ସିତ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ସେହି ହସ୍ପିଟାଲ ପୁରୀ ବଡ ଡାକ୍ତରଖାନାକୁ ପଠାଇଥିଲେ। ପରେ ପୁରୀ ସଦର ଚିକିତ୍ସାଳୟରେ କରୋନା ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଇଥିଲ। ଖବର ଅନୁଯାୟୀ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରକରାଯାଇଛି।

ସେହିପରି କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ଅଞ୍ଚଳରେ ଜଣେ ଯୁବତୀ ତାମିଲନାଡ଼ୁରୁ ଘରକୁ ଫେରିଥିବାରୁ ତାଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବା ସହ ଫୁଲବାଣୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କୁହାଯାଇଛି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories