www.samajalive.in
Saturday, December 6, 2025
26.1 C
Bhubaneswar

ଯୋଗୀଙ୍କୁ ଦଙ୍ଗା ଅଭିଯୁକ୍ତ ଦର୍ଶାଇ ପୋଷ୍ଟର ଲଗାଇଲା କଂଗ୍ରେସ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ଦଙ୍ଗା ପରେ ଉତ୍ତରପ୍ରଦେଶରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳିଛି। ଏହି କ୍ରମରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇ ତାଙ୍କୁ ଦଙ୍ଗା ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି।

ସୂଚନା ଅନୁସାରେ ଗତବର୍ଷ ନଭେମ୍ବର ଓ ଡିସେମ୍ବରରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ସିଏଏ ବିରୋଧୀ ହିଂସା ଏବଂ ଦଙ୍ଗା ଦେଖିବାକୁ ମିଳିଥିଲା। ଏଥିରେ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ନିକଟରେ ସରକାରଙ୍କ ପକ୍ଷରୁ ଦଙ୍ଗା ସୃଷ୍ଟିକାରୀଙ୍କ ଫଟୋ ସମ୍ବଳିତ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇ ସେମାନଙ୍କଠାରୁ କ୍ଷତିଭରଣା କରାଯିବ ବୋଲି ଦର୍ଶାଯାଇଥିଲା। ଏହା ପରେ କଂଗ୍ରେସ ଏହି ପୋଷ୍ଟରକୁ ନେଇ ରାଜନୀତି କରିବା ଆରମ୍ଭ କରିଛି। କଂଗ୍ରେସ ପକ୍ଷରୁ ସମାନ ଭାବେ ପୋଷ୍ଟର ରାଜଧାନୀ ଲକ୍ଷ୍ନୌ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ବିଭିନ୍ନ ନେତାଙ୍କ ଫଟୋ ରହିଥିବାବେଳେ ସେମାନଙ୍କୁ ଦଙ୍ଗାକାରୀ ଭାବେ ଦର୍ଶାଯାଇଛି। ପୋଷ୍ଟରରେ ଯୋଗୀଙ୍କ ବିରୋଧରେ ଥିବା ଦଙ୍ଗା, ହତ୍ୟା ସମେତ ୫ଟି ମାମଲାର ଉଲ୍ଲେଖ କରାଯାଇଥିବାବେଳେ ଉପମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୌର୍ଯ୍ୟଙ୍କ ବିରୋଧରେ ଥିବା ୧୧ଟି ମାମଲା ଦର୍ଶାଯାଇଛି। ସେହିପରି ବିଜେପି ନେତା ସଞ୍ଜୀବ ବାଲ୍ୟାନ, ରାଧା ମୋହନ ଦାସ ଅଗ୍ରୱାଲ, ସୁରେଶ ରାଣା, ସଙ୍ଗୀତ ସୋମ, ଉମେଶ ମଲିକ ଏବଂ ସାଧ୍ଵୀ ପ୍ରାଚୀଙ୍କ ଫଟୋ ମଧ୍ୟରେ ଉକ୍ତ ପୋଷ୍ଟରରେ ରହିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories