www.samajalive.in
Monday, December 8, 2025
24.1 C
Bhubaneswar

ତ୍ୱଚା ପାଇଁ ଏପରି କରନ୍ତୁ ଅମୁଲର ବ୍ୟବହାର

ତ୍ୱଚା ପାଇଁ ଘରୋଇ ଉପାୟରେ ବିଭିନ୍ନ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ସୁନ୍ଦର ତ୍ୱଚା ପାଇଁ ସପ୍ତାହକୁ ୨ ରୁ ୩ଥର ଫେସ ପ୍ୟାକର ବ୍ୟବହାର କରିବା ଉଚିତ। ବଜାରରେ ବିଭିନ୍ନ ପ୍ରକାରର ଫେସ ପ୍ୟାକ୍‍ ମିଳିଥାଏ, ମାତ୍ର ସେଥିରେ କେମିକାଲର ମାତ୍ରା ଥିବାରୁ ବହୁ ସମୟରେ ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ। ମାତ୍ର ଘରୋଇ ଉପାୟରେ କିଛି ଦ୍ରବ୍ୟ ବ୍ୟବହାର କରି ଆପଣ ଫେସ ପ୍ୟାକ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିପାରିବେ। ଜାଣନ୍ତୁ ଏ ବିଷୟରେ ….
ଯଦି ଆପଣଙ୍କୁ ଏପରି ଅନୁଭବ ହେଉଛି ଆପଣଙ୍କର ମୁହଁର ଚମକ କମି ଯାଇଛି ତେବେ ୧ ଚାମଚ ଅମୁଲରେ , ୨ ଚାମଚ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ କିଛି ସମୟ ରଖିବା ପରେ ମୁହଁ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ମୁହଁର ଉଜ୍ୱଳତା ବୃଦ୍ଧି ପାଇଥାଏ।
ମୁହଁରେ ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଥିଲେ ଅମୁଲରେ ଗୋଲାପ ଜଳ, ମହୁ ମିଶାଇ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୧୫ ମିନିଟ ଏହି ପେଷ୍ଟକୁ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାର ଅନୁଭବ କରିବେ।
ସଭିଏଁ ଜାଣନ୍ତି ତ୍ୱଚା ପାଇଁ ମୁଲତାନୀ ମାଟି ଖୁବ ଲାଭଦାୟକ। ବିଶେଷ କରି ତେଲିଆ ତ୍ୱଚାମାନଙ୍କ ପାଇଁ ଖୁବ ଉପକାରୀ। ସମାନ ମାତ୍ରାରେ ମୁଲତାନୀ ମାଟି ଓ ଅମୁଲରେ ପାଣି, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଲଗାଇ ମୁହଁରେ କିଛି ସମୟ ରଖି ପାଣିରେ ଧୋଇ ଦିଅନ୍ତୁ।
ଅମୁଲରେ କେଶର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ସପ୍ତାହକୁ ଥରେ ଲଗାଇଲେ ଆପଣ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories