www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ନିୟନ୍ତ୍ରଣ : ରଣକୌଶଳ ପ୍ରସ୍ତୁତ ପାଇଁ ସାର୍କ ଦେଶଗୁଡ଼ିକୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ବ୍ୟାପକତାକୁ ନିୟନ୍ତ୍ରଣ କରିବା ପାଇଁ ସାର୍କ ସଦସ୍ୟ ଦେଶଗୁଡ଼ିକର ନେତାମାନେ ଏକ ରଣକୌଶଳ ପ୍ରସ୍ତୁତ କରିବା ଉଚିତ୍‍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଚ୍ଛା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସବୁ ଲୋକ ସୁସ୍ଥ ରହିବା ଉଚିତ୍‍ ଓ ଏଥିପାଇଁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବା ଆବଶ୍ୟକ। କିଛି ଟ୍ୱିଟ୍‍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସାର୍କ ସଦସ୍ୟ ଦେଶଗୁଡ଼ିକର ନେତାମାନେ ଐକ୍ୟବଦ୍ଧ ହୋଇ ଏକ ଯୋଜନା ପ୍ରସ୍ତୁତ ମାଧ୍ୟମରେ ବିଶ୍ୱପାଇଁ ଏକ ଦୃଷ୍ଟାନ୍ତ ହୋଇପାରିବେ ଓ ବିଶ୍ୱକୁ କରୋନା ଭୂତାଣୁ କବଳରୁ ମୁକ୍ତ କରିବା ଦିଗରେ ଅବଦାନ କରିପାରିବେ। ସେ କହିଛନ୍ତି, ସମଗ୍ର ବିଶ୍ୱ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ତରରେ ଆପ୍ରାଣ ପ୍ରଚେଷ୍ଟା ଚଳାଇଛି ଓ ବିଭିନ୍ନ ଦେଶର ସରକାର ତଥା ଜନସାଧାରଣ ଏହାକୁ ନିୟନ୍ତ୍ରଣ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ସେ କହିଛନ୍ତି, ବିଶ୍ୱ ଜନସଂଖ୍ୟାର ଏକ ବଡ଼ ଅଂଶ ବାସ କରୁଥିବା ଦକ୍ଷିଣ ଏସିଆ ଏହାର ନାଗରିକମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସବୁମତେ ଉଦ୍ୟମ କରିବା ଉଚିତ୍‍।
ତେବେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ କରିବା ପାଇଁ ଏକ ରଣକୌଶଳ ପ୍ରସ୍ତୁତ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରସ୍ତାବକୁ ସାର୍କ ସଦସ୍ୟ ଦେଶଗୁଡ଼ିକର ନେତାମାନେ ସମର୍ଥନ କରିଛନ୍ତି। ଏହି ଭୂତାଣୁ ବିଶ୍ୱବ୍ୟାପୀ ହୋଇଥିବାରୁ ଏହାର ନିୟନ୍ତ୍ରଣ ଦିଗରେ ସାମୁହିକ ଉଦ୍ୟମ ଚଳାଇବାକୁ ସେମାନେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଭୁଟାନ
ପ୍ରଧାନମନ୍ତ୍ରୀ ଲୋଟେ ସେରିଂ କହିଛନ୍ତି, ଏହାକୁ ହିଁ ନେତୃତ୍ୱ କୁହାଯାଏ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦକ୍ଷିଣ ଏସୀୟ ଅଞ୍ଚଳ ତୁରନ୍ତ ଏକ ଫଳପ୍ରଦ ପ୍ରତିକାର ବାହାର କରିପାରିବ।

Image Source : PTI

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟ ରାଜପକ୍ଷେ କହିଛନ୍ତି, ତାଙ୍କ ଦେଶ ଏଭଳି ଆଲୋଚନାରେ ଅଂଶଗ୍ରହଣ କରି ନିଜର
ଅଭିଜ୍ଞତା ଓ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ବିଷୟରେ ଅନ୍ୟ ଦେଶଗୁଡ଼ିକୁ ଅବଗତ କରାଇବାକୁ ପ୍ରସ୍ତୁତ ଅଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଶ୍ରୀ ମୋଦୀଙ୍କ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲି ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପଦକ୍ଷେପ ନେବାକୁ ଆଗେଇ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ପ୍ରସ୍ତାବକୁ ସ୍ୱାଗତ କରି ଶ୍ରୀ ସୋଲି କହିଛନ୍ତି, ଆଞ୍ଚଳିକ ସ୍ତରରେ ଏଭଳି ଏକ ଉଦ୍ୟମକୁ ତାଙ୍କ ଦେଶ ପୂର୍ଣ୍ଣ ସମର୍ଥନ ଯୋଗାଇବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories