www.samajalive.in
Monday, December 8, 2025
13.1 C
Bhubaneswar

ୟେସ୍ ବ୍ୟାଙ୍କରେ ଜଗା ଟଙ୍କା ପ୍ରସଙ୍ଗ : ବିଧାନସଭାରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ

ଭୁବନେଶ୍ବର : ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ରହିବା ପ୍ରସଙ୍ଗରେ ଗତକାଲି ଗୃହ ମୁଲତବି ରହିଥିଲା। କଂଗ୍ରେସ ବିଧାୟକ ମାନେ ଜଗନ୍ନାଥଙ୍କ ଟଙ୍କା କାହା ପ୍ରରୋଚନାରେ ଘରୋଇ ୟେସ୍ ବ୍ୟାଙ୍କରେ ରହିଲା ତାହାର ଉତ୍ତର ଚାହିଁଥିଲେ। ଆଜି ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଶ୍ରୀ ମନ୍ଦିର ଟଙ୍କା ନେଇ ଉତ୍ତର ରଖିଛନ୍ତି।
ସେ କହିଛନ୍ତି ଶ୍ରୀ ମନ୍ଦିର ଅର୍ଥ ଉପରେ ସରକାରଙ୍କର କୌଣସି ହସ୍ତକ୍ଷେପ ନାହିଁ। ଏହା ସମ୍ପୁର୍ଣ୍ଣ ଶ୍ରୀ ମନ୍ଦିର ପ୍ରଶାସନ ଦ୍ବାରା ପରିଚାଳିତ। ଏଣୁ ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଶ୍ରୀ ମନ୍ଦିର ପ୍ରଶାସନ ରଖିଛନ୍ତି। ଅଧିକ ସୁଧ ଆଶାରେ ଶ୍ରୀ ମନ୍ଦିର ପ୍ରଶାସନ ଘରୋଇ ୟେସ୍ ବ୍ୟାଙ୍କରେ ଟଙ୍କା ରଖିଥିବା ଜଣାପଡିଛି।

ସେ ଆହୁରି କହିଛନ୍ତି ଯେ, ଅର୍ଥ ଜମା ପୂର୍ବରୁ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାଙ୍କ ଚୟନ କରାଯାଇଥିଲା। କୋଟେସନ ମାଧ୍ୟମରେ ବ୍ୟାଙ୍କଠାରୁ ପ୍ରସ୍ତାବ ଆହ୍ୱାନ ହୋଇଥିଲା। ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୟେସ୍ ବ୍ୟାଙ୍କର ସୁଧ ହାର ସର୍ବାଧିକ ୮.୬୧% ଥିଲା। ଫଳରେ ବର୍ଷକ ପାଇଁ ଏହି ବ୍ୟାଙ୍କରେ ଟଙ୍କା ଜମା ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଅଧିକ ପରିମାଣରେ ଋଣ ଦେଉଥିବାରୁ ଏହି ଘରୋଇ ବ୍ୟାଙ୍କ ପ୍ରତି ବହୁ ଗ୍ରାହକ ଆକୃଷ୍ଟ ହୋଇପଡ଼ିଥିଲେ। ୟେସ୍ ବ୍ୟାଙ୍କ୍ ଗ୍ରାହକଙ୍କ ତାଲିକାରେ ସାଧାରଣ ଗ୍ରାହକଙ୍କ ଅପେକ୍ଷା କର୍ପୋରେଟ୍ ଗ୍ରାହକ ଅଧିକ ଥିଲେ। ତେବେ ୟେସ୍ ବ୍ୟାଙ୍କ୍ ଯେଉଁମାନଙ୍କୁ ଋଣ ଦେଇଥିଲା ସେମାନେ ଏବେ ଦେବାଳିଆ ସ୍ଥିତିରେ ଅଛନ୍ତି। ତେଣୁ ଋଣ ଫେରସ୍ତ ନହେବାରୁ ବ୍ୟାଙ୍କ ମଧ୍ୟ ବୁଡ଼ିବା ସ୍ଥିତିକୁ ଚାଲି ଆସିଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories