www.samajalive.in
Monday, December 8, 2025
13.1 C
Bhubaneswar

ଭାରତରେ କାୟା ବିସ୍ତାର କରୁଛି ମହାମାରୀ କରୋନା ,୨୪ ଘଣ୍ଟାରେ ୧୨ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ସାରା ବିଶ୍ବରେ ଭୟ ଏବଂ ଆତଙ୍କ ଖେଳାଇଥିବା କରୋନାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଘୋଷଣା କରିଛନ୍ତି। ସାରା ବିଶ୍ବର ଚିନ୍ତାରେ କାରଣ ପାଲଟିଥିବା କରୋନ ଭାରତରେ ମଧ୍ୟ ତାର କାୟା ବିସ୍ତାର କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨ଟି ନୂଆ କରୋନ ସଂକ୍ରମିତ ରୋଗୀ ସାମ୍ନାକୁ ଆସିଛନ୍ତି। ନୂଆ ୧୨ ସଂକ୍ରମିତଙ୍କୁ ଲଗାଇ ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ କେରଳରେ ଆଠଟି, ଦିଲ୍ଲୀ ଏବଂ ରାଜସ୍ଥାନରେ ଆଠଟି ନୂଆ ମାମଲା ଗ୍ରହଣ କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ଦୁଇଟି ନୂଆ ମାମଲା ସହିତ ରାଜ୍ୟରେ ମୋଟ ୧୦ ଟି ମାମଲା ନିଶ୍ଚିତ କରିଛନ୍ତି। କରୋନକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶର ସମସ୍ତ ପର୍ଯ୍ୟଟନ ଭିସାକୁ ଏପ୍ରିଲ ୧୫ ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କରୋନ ମହାମାରୀ ବିସ୍ତାରକୁ ରୋକିବା ପାଇଁ ଏପ୍ରିଲ ୧୫ ପର୍ଯ୍ୟନ୍ତ ପର୍ଯ୍ୟଟନ ଭିସାକୁ ସ୍ଥଗିତ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories