www.samajalive.in
Monday, December 8, 2025
13.1 C
Bhubaneswar

କେବଳ ପାଣିରୁ ମିଳିବ ଉଜ୍ଜ୍ଵଳ ତ୍ବଚା, ଦୂର ହେବ ଦାଗ….ଜାଣନ୍ତୁ କିପରି

ଚେହେରାରୁ କଳା ଦାଗ ଦୂର କରିବା ପାଇଁ ଯୁବତୀମାନେ ଅନେକ ଘରୋଇ ଉପଚାର ଉପରେ ନିର୍ଭର କରନ୍ତି। କେତେକ ଦାମୀ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି। କିନ୍ତୁ ବେଳେବେଳେ ଏହି ଉପାୟ ସବୁ ଫେଲ୍ ମାରିଥାଏ। ଉଜ୍ଜ୍ୱଳ ତ୍ବଚା ପାଇଁ ସବୁଠୁ ସହଜ ଓ ସରଳ ଉପାୟ ହେଉଛି ପାଣି। କେବଳ ଖାଲି ପାଣି ତ୍ବଚାରେ ଉଜ୍ଜ୍ୱଳ ଆଣିବ ତାହା ନୁହେଁ, ପାଣି ସହ ଅନ୍ୟ କିଛି ଜିନିଷ ମିଶାଇ ସେବନ କରିବାକୁ ପଡିବ। ଯାହା ଦ୍ବାରା ଶରୀର ଭିତରୁ ଆର୍ବଜନା ବାହାରି ତ୍ବଚାରେ ଚମକ ଆସିବ।
ଚିଆ ମଞ୍ଚି : ଏହା ହେଉଛି ତୁଳସୀ ପ୍ରଜାତିର ମଞ୍ଜି। ଚିଆ ମଞ୍ଜିରେ ବହୁ ପରିମାଣର ଆଲଫା ଲିପୋଏକ୍ ଏସିଡ୍ ଥାଏ, ଯାହା ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ। ତ୍ବଚାରୁ କୁଞ୍ଚିନକୁ ଦୂର କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଚିଆ ମଞ୍ଜିରେ ଓମେଗା-୩ ଏବଂ ଓମେଗା-୬ ଫ୍ୟାଟି ଏସିଡ୍ ଥାଏ, ଯାହା ନିର୍ଜୀବ ତ୍ବଚାକୁ ଉଜ୍ଜ୍ୱଳ କରିଥାଏ।
ପୁଦିନା : ପୁଦିନା ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଚେହେରା ଉଜ୍ଜ୍ୱଳ ହୋଇଥାଏ। ଏହାକୁ ସେବନ କରିବା ଦ୍ବାରା ତ୍ବଚା ଉତ୍ତମ ରହିଥାଏ। ଏହା ସହିତ ପୁଦିନ ପେଟର ଉତ୍ତାପକୁ ଦୂର କରିଥାଏ। ଯଦି ଆପଣ ଉଜ୍ଜ୍ୱଳ ତ୍ବଚା ଚାହୁଁଛନ୍ତି, ତେବେ ଆଜିଠାରୁ ପୁଦିନା ପିଇବା ଆରମ୍ଭ କରି ଦିଅନ୍ତୁ।
ଡାଲଚିନି : ପାନୀୟ ଜଳକୁ ଫୁଟାଇବାବେଳେ ଏଥିରେ ଏକ ଚାମଚ ଡାଲଚିନି ପାଉଡର ଏବଂ ଅଳ୍ପ କିଛି ସେଓ ମିଶାନ୍ତୁ। ତା’ପରେ ପାଣିକୁ ଛାଣି ପିଅନ୍ତୁ। ଏହା ପିଇବାକୁ ସ୍ୱାଦିଷ୍ଟ ଲାଗିବା ସହ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବ। ଯାହା ଦ୍ବାରା ଆପଣଙ୍କ ଚେହେରା ମଧ୍ୟ ଚମକ ଆସିବ।
ଲେମ୍ବୁ, ଆପଲ୍ ସାଇଡର୍ ଭିନେଗାର : ପାନୀୟ ପାଣିରେ ଲେମ୍ବୁ ମିଶାଇ ପିଇଲେ ମଧ୍ୟ ଅନେକ ଲାଭ ମିଳିଥାଏ। ଏହା କେବଳ ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବ ତାହା ନୁହିଁ, ବରଂ ଶରୀରର ଥିବା ମଇଳା ମଧ୍ୟ ବାହାରିଥାଏ। ଲେମ୍ବୁ ବଦଳରେ ଆପଣ ଏକ ଗ୍ଲାସ୍ ପାଣିରେ ଏକ ଚାମଚ ଆପଲ୍ ସାଇଡର୍ ଭିନେଗାର ମିଶାଇ ପିଇପାରିବେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories