www.samajalive.in
Sunday, December 7, 2025
26.1 C
Bhubaneswar

କୋରୋନା ମୁକାବିଲା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ : ଡ. ହର୍ଷ ବର୍ଦ୍ଧନ

-ବୈଠକରେ ସାମିଲ ହେଲେ ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ପ୍ରତିନିଧି
-ମୌଳିକ ଜନ ସ୍ୱାସ୍ଥ୍ୟ ପଦକ୍ଷେପ ଓ ସଂକ୍ରମଣରୁ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଉପରେ କେନ୍ଦ୍ର ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ :  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଶୁକ୍ରବାର ନୂଆଦିଲ୍ଲୀଠାରେ ନୋଭେଲ କୋରୋନା
ଭୂତାଣୁ ମୁକାବିଲା ଓ ପରିଚାଳନା ଦିଗରେ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ସମୀକ୍ଷାରେ ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟର ପ୍ରତିନିଧି, ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଏ ସଂକ୍ରାନ୍ତ ସମସ୍ତ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟସ୍ତରରେ କୋରୋନା ଭୂତାଣୁ ମୁକାବିଲା ଦିଗରେ ନିଆଯାଇଥିବା ଦୃଢ଼ ପଦକ୍ଷେପ ଏବଂ ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ।

- Advertisement -

ଏହି ସମୀକ୍ଷା ବୈଠକରେ ବୈଦେଶିକ ବ୍ୟାପାର, ଜାହାଜ ଚଳାଚଳ, ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ଇମିଗ୍ରେସନ ବ୍ୟୁରୋର
ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଯାତ୍ରା ଓ ଜନସମାବେଶକୁ ନେଇ ଜାରି ହୋଇଥିବା ମାର୍ଗଦର୍ଶିକ ଏହି ବୈଠକରେ ସମୀକ୍ଷା କରାଯାଇଥିଲା ଏବଂ ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅବଗତ କରାଯାଇଥିଲା। ସମସ୍ତ ବିମାନ
ବନ୍ଦରରେ ପ୍ରତ୍ୟେକ ଯାତ୍ରୀଙ୍କୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବୀ ଯାଞ୍ଚ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିମାନବନ୍ଦର ଜନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିମାନ ବନ୍ଦର ପରିଚାଳକଙ୍କ ସହିତ ସମନ୍ୱୟ ରକ୍ଷା କରିବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଶଯ୍ୟା, ପୃଥକ ୱାର୍ଡ ଉପଲବ୍ଧତା ତଥା ଅଧିକ ନମୁନା ପରୀକ୍ଷା ଲାଗି ପରୀକ୍ଷାଗାର ସୁବିଧାର ସମୀକ୍ଷା କରିଥିଲେ। କର୍ତ୍ତବ୍ୟ
ସମ୍ପାଦନ ସମୟରେ ଆମର ସ୍ୱାସ୍ଥ୍ୟକର୍ମୀମାନେ ଯେପରି ସଂକ୍ରମଣଠାରୁ ଭଲ ଭାବେ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡ. ହର୍ଷ ବର୍ଦ୍ଧନ ଏହି ଅବସରରେ ସୂଚନା ଦେଇଥିଲେ ଯେ ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ସଂକ୍ରାନ୍ତରେ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏପରି ତାଲିମ କର୍ମଶାଳା ଆୟୋଜନ କରିବା ଲାଗି ପରାମର୍ଶ ଦିଆଯାଇଥିଲା। ଏପରି ପଦକ୍ଷେପ ନିଆଯାଇଥିବା ସମ୍ପର୍କରେ କେତେକ ରାଜ୍ୟ ସୂଚନା ଦେଇଥିଲେ।
ସମସ୍ତ ଗଣମାଧ୍ୟମ ପ୍ଲାଟଫର୍ମ ଓ ସଞ୍ଚାର ପଦ୍ଧତି ଉପଯୋଗ କରି ମୌଳିକ ଜନ ସ୍ୱାସ୍ଥ୍ୟ ପଦକ୍ଷେପ ଯେପରିକି, ହାତ ଧୋଇବା, ଅକାରଣ ଯାତ୍ରା ଏଡ଼ାଇବା, ଜ୍ୱର, କଫ କିମ୍ବା ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଲେ ସତର୍କ ରହିବା, ଟେବୁଲ, କମ୍ପୁଟର, ମୋବାଇଲ ସ୍କ୍ରିନ ଆଦି ସହଜରେ ସଂକ୍ରମିତ ହେଉଥିବା ସ୍ଥାନରେ ସ୍ୱଚ୍ଛତା ରକ୍ଷା କରିବା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ସ୍ଥଳସୀମା ଏବଂ ବନ୍ଦରଗୁଡ଼ିକରେ କଡ଼ା ଯାଞ୍ଚ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମଧ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ନିର୍ବାଚିତ ଜନପ୍ରତିନିଧି, ବିଧାୟକ, କର୍ପୋରେଟର, ମେୟର, ଜିଲ୍ଲାପାଳ ଓ ସାଂସଦମାନଙ୍କୁ ସାମିଲ କରି ସେମାନଙ୍କୁ ନୋଭେଲ କୋରୋନା ଭୂତାଣୁ ଏବଂ ମୌଳିକ
ଜନସ୍ୱାସ୍ଥ୍ୟ ପଦକ୍ଷେପ ସମ୍ପର୍କରେ ସଚେତନ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଶେଷରେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଡିଜିଏଚଏସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories