www.samajalive.in
Monday, December 8, 2025
27.1 C
Bhubaneswar

ସିଆ ନେତାଙ୍କ ଶ୍ରାଦ୍ଧବାର୍ଷିକୀରେ ବନ୍ଧୁକଧାରୀଙ୍କ ଆତଙ୍କ – ୨୯ ମୃତ

କାବୁଲ: ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିଆ ନେତା ଅବଦୁଲ ଅଲ୍ଲୀ ମଜାରିଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ବନ୍ଧୁକଧାରୀମାନେ ୨୯ ଜଣଙ୍କୁ ହତ୍ୟା କରିଛନ୍ତି। ଦୁଇ ଆକ୍ରମଣକାରୀଙ୍କୁ ପୁଲିସ ହତ୍ୟା କରିବା ପୂର୍ବରୁ ସେମାନଙ୍କ ଅତର୍କିତ ଗୁଳି ଚାଳନାରେ ଅନେକ ଲୋକ ଆହତ ହୋଇଛନ୍ତି।

ଏହି ରକ୍ତପାତ ପାଇଁ କେହି ଦାୟୀ ବୋଲି ଦାବି କରିନଥିବାବେଳେ ତାଲିବାନ ମଧ୍ୟ ଏଭଳି କରି ନଥିବା କହିଛି। ଇତି ମଧ୍ୟରେ ଆଫଗାନିସ୍ତାନର ଇସଲାମିକ୍ ଷ୍ଟେଟ୍ ସହଯୋଗୀ ଦେଶର ସଂଖ୍ୟାଲଘୁ ସିଆଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଏହି ସମାରୋହରେ ଉପସ୍ଥିତ ଅନେକଙ୍କ ମଧ୍ୟରୁ ସର୍ବାଧିକ ସିଆ ଥିଲେ ଯେଉଁମାନେ ୧୯୯୫ ମସିହାରେ ହତ୍ୟାର ଶିକାର ହୋଇଥିବା ସଂଖ୍ୟାଲଘୁ ସିଆ ନେତା ଅବଦୁଲ ଅଲ୍ଲୀ ମଜାରିଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେଇଥିଲେ।

- Advertisement -

କାବୁଲର ଏକ ପଡ଼ିଆରେ ହୋଇଥିବା ଏହି ଆକ୍ରମଣରେ କେତେ ଜଣ ଆହତ ହୋଇଛନ୍ତି ସେ ନେଇ ବିବାଦୀୟ ତଥ୍ୟ ମିଳିବାରେ ଲାଗିଛି। ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି କିନ୍ତୁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ୨୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୬୧ ଜଣ ଆହତ ହୋଇଛନ୍ତି।

ବହୁ ନେତାଙ୍କ ସହ ବିରୋଧୀଦଳ ନେତା ଅବଦୁଲ୍ଲା ଅବଦୁଲ୍ଲା, ଯିଏକି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଗତ ବର୍ଷର ରାଷ୍ଟ୍ରପତି ନିର୍ବାଚନରେ ​​ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଥିଲେ, ସେ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ ଓ ଆକ୍ରମଣ ହେବା ପୂର୍ବରୁ ଘଟଣାସ୍ଥଳରୁ ଚାଲିଯାଇଥିଲେ। ବନ୍ଧୁକଧାରୀମାନେ ଗୁଳି ଚଳାଇବା ଆରମ୍ଭ କରିବା ସମୟରେ ଅନେକ ଟିଭି ସାମ୍ବାଦିକ ଭିଡିଓ ରେକର୍ଡିଙ୍ଗ କରୁଥିଲେ ଏବଂ ଆହତମାନଙ୍କ ମଧ୍ୟରେ ଜଣେ ସ୍ଥାନୀୟ ସାମ୍ବାଦିକ ଓ ଜଣେ କ୍ୟାମେରାମ୍ୟାନ ଥିବା ଜଣାପଡିଛି। ଗୁଳି ବିନିମୟ ସମୟରେ ଆଫଗାନିସ୍ତାନ ଶାନ୍ତି ପରିଷଦର ମୁଖ୍ୟ କରିମ ଖଲିଲି ଏକ ଭାଷଣ ଦେଉଥିଲେ। ଆସୋସିଏଟେଡ୍ ପ୍ରେସ ଭିଡିଓ ଅନୁଯାୟୀ ସାକ୍ଷୀ ଗୁଲାମ ମହମ୍ମଦ କହିଛନ୍ତି ଯେ ସେଠାରେ ସାମରିକ ପୋଷାକରେ ଥିବା ସୁରକ୍ଷାକର୍ମୀମାନେ ଲୋକଙ୍କୁ ଟାର୍ଗେଟ କରିଥିଲେ ଓ ଗୁଳି ଚଳାଇଥିଲେ।

ଗୁଳି ଚଳାଇବା ପରେ ଦୁଇ ବନ୍ଧୁକଧାରୀ ଏକ ଅର୍ଦ୍ଧନିର୍ମିତ ଆପାର୍ଟମେଣ୍ଟ ଭିତରକୁ ଯାଇ ଗୁଳି ଚଳାଇ ଥିଲେ ଓ ସୁରକ୍ଷା ବାହିନୀ ସହିତ ପାଞ୍ଚ ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ। ଶେଷରେ ବନ୍ଧୁକଧାରୀଙ୍କୁ ହତ୍ୟା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ନସରତ ରହୀମ କହିଛନ୍ତି। ସମସ୍ତ ଆହତ ସାଧାରଣ ନାଗରିକ ବୋଲି ରହୀମ କହିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories