www.samajalive.in
Thursday, December 11, 2025
15.1 C
Bhubaneswar

ପପ୍-ଅପ୍ ସେଲଫି କ୍ୟାମେରା ଓ ୪ହଜାର ଏମଏଚ୍ ବ୍ୟାଟେରି ସହ ଇନଫିନିକ୍ସ ଏସ୫ ପ୍ରୋର ବଜାର ପ୍ରବେଶ

ନୂଆଦିଲ୍ଲୀ : ହଂକଂର ଟେକ୍ନୋଲୋଜି କମ୍ପାନୀ ଇନଫିନିକ୍ସ ଭାରତରେ ତାର ଏସ୫ ପ୍ରୋ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଉପଭୋକ୍ତାମାନେ ଏହି ଫୋନରେ ପପ୍-ଅପ୍ ସେଲଫି କ୍ୟାମେରା, ଶକ୍ତିଶାଳୀ ବ୍ୟାଟେରି ଏବଂ ମିଡ୍ ରେଞ୍ଜ୍ ପ୍ରୋସେସର୍ ପାଇପାରିବେ। ଏହା ବ୍ୟତୀତ ଖେଳ ପ୍ରେମୀଙ୍କ ପାଇଁ ଏହି ଫୋନରେ ଜବରଦସ୍ତ ଡ଼ିସପ୍ଲେ ଦିଆଯାଇଛି। ଆମେ କହିରଖୁଛୁ ଯେ, କମ୍ପାନୀ ପୂର୍ବରୁ ଏସ୫ ଲାଇଟ୍ ଏବଂ ନୋଟ୫ ମିଲନ ଭଳି ସ୍ମାର୍ଟଫୋନ ଲଞ୍ଚ କରିଥିଲା।

ତେବେ ଆସନ୍ତୁ ଜାଣିବା ଇନଫିନିକ୍ସ ଏସ୫ ପ୍ରୋର ମୂଲ୍ୟ ଏବଂ ବିଶେଷତ୍ବ ବାବଦରେ…………….

- Advertisement -

ଇନଫିନିକ୍ସ ଏସ୫ ପ୍ରୋ ମୂଲ୍ୟ 

ଇନଫିନିକ୍ସ ଏସ୫ ପ୍ରୋର ୪ ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜ୍ ମଡ଼େଲର ମୂଲ୍ୟ ୯ହଜାର ୯୯୯ ଟଙ୍କା ରଖାଯାଇଛି। ଏହି ଫୋନର ବିକ୍ରି ୧୩ ମାର୍ଚ୍ଚରୁ ଅନଲାଇନ୍ ଷ୍ଟୋର ଫ୍ଲିପକାର୍ଟରେ ଆରମ୍ଭ ହେବ।

ଏହି ଫୋନରେ ୬.୫୩ ଇଞ୍ଚର ଫୁଲ୍ ଏଚଡ଼ି ପ୍ଲସ୍ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୨୨୦ ପିକ୍ସଲ ରହିଛି। ଏହି ଫୋନରେ ଉନ୍ନତ ପ୍ରଦର୍ଶନ ପାଇଁ ମିଡିଆଟେକ୍ ହିଲିଓ ପି୩୫ ଏସଓସି ଏବଂ ଚାରି ଜିବି ରାମର ସମର୍ଥନ ମିଳିବ।

ଇନଫିନିକ୍ସ ଏସ୫ ପ୍ରୋର କ୍ୟାମେରା

ଏହି ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି, ଯେଉଁଥିରେ ୪୮ମେଗାପିକ୍ସେଲ ପ୍ରାଥମିକ ସେନସର, ୨ ମେଗାପିକ୍ସେଲ ପୋଟ୍ରେଟ୍ ଲେନ୍ସ ଏବଂ ୨ ମେଗାପିକ୍ସେଲ ଲୋ-ଲାଇଟ୍ ସେନ୍ସର ରହିଛି।ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ଫୋନରେ ୧୬ ମେଗାପିକ୍ସେଲ ପପ୍-ଅପ୍ ସେଲଫି କ୍ୟାମେରା ପାଇପାରିବେ।

ଇନଫିନିକ୍ସ ଏସ୫ ପ୍ରୋର ବ୍ୟାଟେରି

ସଂଯୋଗୀକରଣ ଦୃଷ୍ଟିରୁ କମ୍ପାନୀ ଏହି ଫୋନରେ ୪ଜି ଏଲଟିଇ, ୱାଇ-ଫାଇ, ବ୍ଲୁଟୁଥ୍ ୫.୦, ଜିପିଏସ୍ ଏବଂ ୟୁଏସବି ପୋର୍ଟ ଭଳି ଫିର୍ଚର ରହିଛି। ଏହା ସହିତ, ଉପଭୋକ୍ତାମାନେ ଏହି ଡିଭାଇସରେ ୪ହଜାର ଏମଏଚ୍ ବ୍ୟାଟେରି ରହିଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories