www.samajalive.in
Tuesday, December 9, 2025
23.1 C
Bhubaneswar

ଦିଲ୍ଲୀ ହିଂସାରେ ମୃତକଙ୍କ ଶବ ବ୍ୟବଚ୍ଛେଦର ଭିଡିଓ ସହ ଡିଏନଏ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ଦିଲ୍ଲୀ ହିଂସାରେ ମୃତ୍ୟୁବରଣ କରିଥିବା କୌଣସି ଅଜ୍ଞାତ ମୃତ ଦେହକୁ ଚଳିତ ମାସ ୧୧ ପର୍ଯ୍ୟନ୍ତ ଦାହ ସଂସ୍କାର ନ କରିବାକୁ ଦିଲ୍ଲୀ ହାଇକୋର୍ଟ ସେଠାକାର ସରକାରୀ ଡାକ୍ତରଖାନାଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ମାମଲାର ଶୁଣାଣି କରି ହାଇକୋର୍ଟ ହିଂସା ପରେ ଉଦ୍ଧାର ହୋଇଥିବା ମୃତଦେହର ବ୍ୟବଚ୍ଛେଦ ସମୟର ଭିଡିଓଗ୍ରାଫି କରିବାକୁ କହିଛନ୍ତି। ଜଷ୍ଟିସ୍ ସିଦ୍ଧାର୍ଥ ମ୍ରିଦୁଲ୍ ଏବଂ ଆଇଏସ୍ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ସେହି ପରିଚୟ ବିହୀନ ମୃତଦେହଗୁଡ଼ିକରୁ ଡିଏନଏ ସଂଗ୍ରହ କରି ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ପୂର୍ବରୁ ହାଇକୋର୍ଟ ଦିଲ୍ଲୀ ପୁଲିସକୁ ଅଫିସିଆଲ ୱେବସାଇଟରେ ପୋଷ୍ଟମର୍ଟମ ଏବଂ ଡିଏନଏ ନମୁନା ସମେତ ନିର୍ଦ୍ଦିଷ୍ଟ ସୂଚନା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାମଜା ନାମକ ଜଣେ ବ୍ୟକ୍ତିଙ୍କ ସମେତ ନିଖୋଜ ଲୋକଙ୍କ ସହ ଜଡିତ ଅନେକ ଆବେଦନର ଗତକାଲି ଶୁଣାଣି ହୋଇଥିଲା। ଦିଲ୍ଲୀର ଉତ୍ତର-ପୂର୍ବ ଜିଲ୍ଲାରେ ହୋଇଥିବା ଦଙ୍ଗା ସମୟରେ ସେ ନିଖୋଜ ହେବା ପରେ ହାମଜାଙ୍କ ଭାଉଜ ଅନସାରୀ ମହମ୍ମଦ ଆରିଫ ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଆବେଦନ କରିଥିଲେ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories