www.samajalive.in
Saturday, December 6, 2025
16.1 C
Bhubaneswar

ମଧୁସୂଦନ ଲ’ କଲେଜ ହେଲା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର :  ରାଜ୍ୟର ସର୍ବପୁରାତନ ଆଇନ ଶିକ୍ଷାନୁଷ୍ଠାନ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି। କଟକସ୍ଥିତ ଏହି ପୁରାତନ ଆଇନ ମହାବିଦ୍ୟାଳୟ ରାଜ୍ୟର ଏକ ନୂଆ ବିଶ୍ବବିଦ୍ୟାଳୟ ଭାବେ ଏଣିକି ପରିଗଣିତ ହେବ। ଜୁନ୍‌ ପହିଲାରୁ ଏହା ବିଶ୍ବବିଦ୍ୟାଳୟ ଭାବେ କାର୍ଯ୍ୟକ୍ଷମ ହେବ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଆଇନ ମହାବିଦ୍ୟାଳୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ସଚିବ ତଥା କମିସନର ଶାଶ୍ୱତ ମିଶ୍ରଙ୍କ ସ୍ବାକ୍ଷରରେ ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୯ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆାଇନର ଧାରା ୩୨ର ଉପଧାରା (୩)ରେ କ୍ଷମତା ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମଧୁସୂଦନ ଲ’ କଲେଜର ନାମ ମଧୁସୂଦନ ଆଇନ  ବିଶ୍ବବିଦ୍ୟାଳୟ ରହିବ। ରାଜ୍ୟରେ ଅନ୍ୟ ବିଶ୍ବବିଦ୍ୟାଳୟର ଅଂଶ ଭାବେ ଥିବା ଆଇନ ମହାବିଦ୍ୟାଳୟ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ଆଇନ ମହାବିଦ୍ୟାଳୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ରହିବ।

କଟକରେ ଥିବା ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ରେ ବିଜେଡି ଆଇନ ସାମ୍ମୁଖ୍ୟ ବୈଠକରେ ଘୋଷଣା କରିଥିଲେ। ୧୮୬୯ ମସିହାରୁ ଏହି ଶତାୟୁ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ଏଲ୍‌ଏଲ୍‌ବି, ଏଲ୍‌ଏଲ୍‌ଏମ୍‌, ଇଣ୍ଟିଗ୍ରେଟ୍‌ଡେ ପାଠ୍ୟକ୍ରମରେ ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ଅଧ୍ୟୟନରତ। କିଛି ଦିନ ପୂର୍ବେ ଏହି ଶିକ୍ଷାନୁଷ୍ଠାନର ଭିିତ୍ତିଭୂମି ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ଅର୍ଥ ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ନେଇ ଘୋଷଣା କାର୍ଯ୍ୟକାରୀ ହେଉନଥିବା ‘ସମାଜ’ରେ ନିୟମିତ ଭାବେ ଖବର ପ୍ରକାଶ ପାଇଥିଲା। ଭିତ୍ତିଭୂମିର ବିକାଶ ପାଇଁ ଖବର ପ୍ରକାଶ ପାଇବା ପରେ ଅର୍ଥ ମିଳିଥିବାବେଳେ ବୁଧବାର ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି। ‘ସମାଜ’ର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories