www.samajalive.in
Friday, December 5, 2025
27.1 C
Bhubaneswar

୧୬ ଘଣ୍ଟାରେ ବଦଳିଗଲା ମୋଦୀଙ୍କ ସୋସିଆଲ ମିଡିଆ ଛାଡିବା ନିଷ୍ପତ୍ତି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଛାଡିବା ନେଇ ହୋଇଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ସୋସିଆଲ ମିଡିଆ ଆକାଉଣ୍ଟ ଛାଡିବାକୁ ଯାଉନାହାଁନ୍ତି। ବରଂ ସେହି ମହିଳାମାନଙ୍କୁ ତାଙ୍କ ଆକାଉଣ୍ଟ ଦେବାକୁ ଚାହୁଁଛନ୍ତି ବୋଲି ମୋଦୀ କହିଛନ୍ତି। ଯେଉଁମାନଙ୍କ କାର୍ଯ୍ୟ ଏବଂ ଜୀବନ ଆମକୁ ପ୍ରେରଣା ଦେଇଛି ସେମାନଙ୍କ ଉଦ୍ଦେଶ୍ୟରେ ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ସାର୍ବଜନୀନ କରିବେ ବୋଲି ଟ୍ୱିଟର ମାଧ୍ୟମରେ ମୋଦୀ ସୂଚନା ଦେଇଛନ୍ତି।


ସେ ଟ୍ୱିଟରରେ ଲେଖିଛନ୍ତି ଯେ, ‘ଏହି ମହିଳା ଦିବସ ଅବସରରେ ମୁଁ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ସେହି ମହିଳାମାନଙ୍କୁ ଦେବି ଯାହାର ଜୀବନ ଏବଂ କାର୍ଯ୍ୟ ଆମକୁ ପ୍ରେରଣା ଯୋଗାଇଛି। ଏହା ସେମାନଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରିବ। ତୁମେ ଏପରି ଜଣେ ମହିଳା ନା ତୁମେ ଏପରି ପ୍ରେରଣାଦାୟକ ମହିଳାଙ୍କୁ ଜାଣିଛ? ସେଭଳି କାହାଣୀଗୁଡିକୁ ମୋ ସୋସିଆଲ ମିଡିଆ ଆକାଉଣ୍ଟରେ #SheInspiresUs (ସେ ଆମକୁ ପ୍ରେରଣା ଦିଅନ୍ତି) ହ୍ୟାସଟ୍ୟାଗ୍ ସହିତ ଲେଖନ୍ତୁ’ ବୋଲି ମୋଦୀ ଆହ୍ବାନ ଦେଇଛନ୍ତି।

- Advertisement -

୧୬ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ରବିବାର ସୋସିଆଲ ମିଡିଆ ଛାଡିବାକୁ ଯୋଜନା କରୁଛନ୍ତି। ସେ ସୋମବାର ଟ୍ୱିଟରରେ ଲେଖିଛନ୍ତି, ଏହି ରବିବାର ମୁଁ ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ସମେତ ମୋର ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ ଛାଡିବାକୁ ଚିନ୍ତା କରୁଛି। ମୁଁ ଆପଣଙ୍କୁ ଏ ବିଷୟରେ ସୂଚନା ଦେବି |

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories