www.samajalive.in
Saturday, December 6, 2025
26.1 C
Bhubaneswar

୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ : ଉଭୟ ଗୃହ ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ : ସଂସଦର ବଜେଟ୍‍ ଅଧିବେଶନ କିଛି ଦିନର ବିରତି ପରେ ସୋମବାର ପୁନର୍ବାର ଆରମ୍ଭ ହୋଇଛି। ଦିଲ୍ଲୀ ହିଂସାକାଣ୍ଡ ଘଟଣାକୁ ନେଇ ବିରୋଧୀଦଳ ପକ୍ଷରୁ ହଟ୍ଟଗୋଳ ଲାଗିରହିବାରୁ ଆଜି ଦିନକ ପାଇଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଅଧ୍ୟକ୍ଷ ଏମ୍‍. ଭେଙ୍କେୟା ନାଇଡୁ ବିରୋଧୀ ଦଳ ସଭ୍ୟଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖି ଜାତୀୟ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି। ସେ କହିଛନ୍ତି ସେହି ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରିଆସିବା ପରେ ହିଁ ଏହା ଉପରେ ଆଲୋଚନା ହେବା ଆବଶ୍ୟକ। ତେବେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ବାମଦଳ, ଡିଏମ୍‍କେ, ବିଏସ୍‍ପି, ଆମ୍‍ ଆଦ୍‍ମୀ ପାର୍ଟି ଓ ଅନ୍ୟାନ୍ୟ ଦଳର ସଭ୍ୟମାନେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦାବି କରିଥିଲେ। ବିରୋଧୀଦଳ ନେତା ଗୁଲାମନବୀ ଆଜାଦ ହିଂସାକାଣ୍ଡ ସମୟରେ ସରକାର ୩ ଦିନ ଧରି ଚୁପ୍‍ ବସିରହିଥିବା ନେଇ ଅଭିଯୋଗ କରିଥିଲେ। ଏହାର ଜବାବରେ ରାଜ୍ୟସଭା ନେତା ଥାୱଡ ଚାନ୍ଦ ଗେହଲଟ ଏହି ଅଭିଯୋଗକୁ ବିରୋଧ କରିବା ସହ ସେହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସଗୃହରେ ଅଚଳାବସ୍ଥା ଲାଗି ରହିବାରୁ ଅଧ୍ୟକ୍ଷ ପ୍ରଥମେ ଅପରାହ୍ଣ ୨ଟା  ଓ ପରେ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭା ସଦସ୍ୟ ଏ.ଭି. ସ୍ୱାମୀଙ୍କ ବିୟୋଗରେ ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା

ଅନ୍ୟପକ୍ଷରେ ଲୋକସଭାରେ ବାଚସ୍ପତି ଓମ୍ ବିର୍ଲା ବିହାରର ବାଲ୍ମିକୀନଗରର ଜେଡିୟୁ ସାଂସଦ ବୈଦ୍ୟନାଥ ପ୍ରସାଦ ମାହତୋଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରିଥିଲେ। ସ୍ୱର୍ଗତ ମାହତୋ ବିହାର ବିଧାନପରିଷଦକୁ ୩ଥର ନିର୍ବାଚିତ ହେବା ସହ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହାପରେ ପଞ୍ଜାବ ଆମ୍‍ ଆଦ୍‍ମୀ ପାର୍ଟି ସାଂସଦ ଭଗୱନ୍ତ ମାନ୍‍ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ ଉଠାଇଥିଲେ। ଏହାପରେ ବାଚସ୍ପତି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories