www.samajalive.in
Monday, December 8, 2025
24.1 C
Bhubaneswar

ବୃହତ୍‌ ଖଣ୍ଡପୀଠକୁ ଯିବନି ଧାରା ୩୭୦ ଉଚ୍ଛେଦ ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହଟାଯିବା ମାମଲାରେ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲା ବୃହତ୍‌ ଖଣ୍ଡପୀଠକୁ ଯିବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଏନ.ବି. ରମନ୍ନା, ବିଚାରପତି ସଞ୍ଜୟ କିଶନ କୌଲ, ବିଚାରପତି ଆର. ସୁଭାଷ ରେଡ୍ଡୀ, ବିଚାରପତି ବି. ଆର. ଗୋୱଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ ଏହି ନିଷ୍ପତ୍ତି ନେଇଛନ୍ତି।

ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ୨୩ଟି ପିଟିଶନ ଦାୟର ହୋଇଛି। ଆବେଦନକାରୀମାନେ ମାମଲାକୁ ବୃହତ୍‌ ଖଣ୍ଡପୀଠକୁ ପଠାଇବା ଲାଗି ଦାବି କରିଥିଲେ। ଗତ ଜାନୁୟାରୀ ୨୩ରେ ଖଣ୍ଡପୀଠ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସୋମବାର ରାୟ ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପିଟିଶନଗୁଡ଼ିକୁ ବିରୋଧ କରାଯାଇଥିଲା। ଜାମ୍ମୁ-କାଶ୍ମୀରର ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଧାରା ୩୭୦ ହଟାଯିବା ଏକମାତ୍ର ବିକଳ୍ପ ଥିଲା ବୋଲି ସରକାର କହିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories