www.samajalive.in
Wednesday, December 10, 2025
26.1 C
Bhubaneswar

ଇସ୍ପାତ୍‍ ଶିଳ୍ପ ବିକାଶରେ ଓଡିଶା ହେବ ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ଇସ୍ପାତ୍‍ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ ଋଣନୀତିର ଆବଶ୍ୟକତା ରହିଛି ଏବଂ ଏହି ଇସ୍ପାତ୍‍ ଶିଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଜାପାନ ଦେଶର ଭଲ ସହଯୋଗୀ ରାଷ୍ଟ୍ର ହୋଇଛି। ତେଣୁ ଆମକୁ ସହଯୋଗୀ ରାଷ୍ଟ୍ର ଜାପାନ ସହ ମିଶି ଓଡିଶାକୁ ଇସ୍ପାତ୍‍ ଶିଳ୍ପର ପୂର୍ବଦୋୟରେ ପ୍ରମୁଖ କେନ୍ଦ୍ର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ଭୁବନେଶ୍ୱରଠାରେ ଇସ୍ପାତ୍‍ ମନ୍ତ୍ରଣାଳୟ ଏବଂ ଜାପାନ ଏମଇଟିଆଇ ପକ୍ଷରୁ ଆୟୋଜିତ କର୍ମଶାଳା “ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ଇସ୍ପାତ୍‍ର ବ୍ୟବହାରକୁ ବଢାଇବା ପାଇଁ ସମର୍ଥ ପ୍ରକ୍ରିୟା”ରେ ଯୋଗଦେଇ ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ ଇସ୍ପାତ୍‍ ଶିଳ୍ପ ମାଧ୍ୟମରେ ଓଡିଶା ଦେଶର ୧ ନମ୍ବର ରାଜ୍ୟ ହେବ। ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ କ୍ଷେତ୍ରର ବଡ ଭୂମିକା ରହିଛି ଏବଂ ଓଡିଶା ଦେଶର ଇସ୍ପାତ୍‍ ଉତ୍ପାଦନର କେନ୍ଦ୍ରସ୍ଥଳୀ ହେବା ରାସ୍ତାରେ ଅଛି। ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ମେଟ୍ରିକ୍‍ ଟନ୍‍ ଇସ୍ପାତ୍‍ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡିଶାରୁ କେବଳ ୧୦୦ ମିଲିୟନ ମେଟ୍ରିକ୍‍ ଟନ୍‍ ଇସ୍ପାତ୍‍ ଉତ୍ପାଦନ ହେବାର ସମ୍ଭାବନା ରହିଛି। ମାତ୍ର ଏହାକୁ ସାକାର କରିବା ପାଇଁ ଓଡିଶାର ଆନୁଷାଙ୍ଗିକ ବ୍ୟବସ୍ଥାକୁ ବଢାଇବାକୁ ପଡିବ। ସେ କହିଛନ୍ତି ଭାରତବର୍ଷରେ ମୁଣ୍ଡ ପିଛା ଇସ୍ପାତ୍‍ ବ୍ୟବହାର ମାତ୍ର ୭୦ କିଲୋଗ୍ରାମ ଥିବାବେଳେ ଏହାକୁ ବଢାଇବା ପାଇଁ ଧ୍ୟାନ ଦିଆଯାଉଛି। ଅନ୍ୟପଟେ ବିଶ୍ୱରେ ଇସ୍ପାତ ବ୍ୟବହାର ମୁଣ୍ଡ ପିଛା ହାରାହାରି ୨୨୫ କିଲୋଗ୍ରାମ ଥିବାବେଳେ ପ୍ରଗତିଶୀଳ ରାଷ୍ଟ୍ର ଜାପାନରେ ୫୦୦ କିଲୋଗ୍ରାମ ମୁଣ୍ଡ ପିଛା ଇସ୍ପାତ୍‍ ବ୍ୟବହାର ହେଉଛି। ଓଡିଶାରେ ଏହାକୁ ଅନ୍ୟୂନ ୧୫୦ କିଗ୍ରାରେ ପହଁଚାଇବାର ସମ୍ଭାବନା ରହିଛି। ଇସ୍ପାତର ବ୍ୟବହାର ବଢିଲେ ଗରିବ ଲୋକଙ୍କ ଜୀବନରେ ପରିବର୍ତନ ଆସିବ ଏବଂ ସ୍ଥାନୀୟ ଅର୍ଥନୀତି ମଧ୍ୟ ସୁଦୃଢ ହେବ। ସାମଗ୍ରିକ ଭାବେ ଦେଖିବାକୁ ଗଲେ ରାଜ୍ୟରେ ଇସ୍ପାତ୍‍ ବ୍ୟବହାର ବଢିଲେ ସାମାଜିକ ଭିତିଭୂମି ସହ ସବୁ କ୍ଷେତ୍ରର ବିକାଶ ହୋଇପାରିବ।

- Advertisement -

ଧର୍ମେନ୍ଦ୍ର କହିଛନ୍ତି ଯେ କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ୍ସ ଡେଭଲପମେଂଟ୍‍ ରେଗୁଲେସନ ଆକ୍ଟ(ଏମ୍‍ଏମ୍‍ଡିଆର) ନିୟମରେ ପରିବର୍ତନ କାରଣରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବ। ପୂର୍ବରୁ କେବଳ ରୟାଲିଟି ଓ ସେଲ୍ସ୍‍ ଟ୍ୟାକ୍ସ ରାଜ୍ୟକୁ ମିଳୁଥିଲା। ସେ କହିଛନ୍ତି ଯେ ଦେଶର ୮୦ ପ୍ରତିଶତ ଖଣି ପୂର୍ବାଞ୍ଚଳରେ ରହିଛି। ରାଜ୍ୟରେ ଇସ୍ପାତ୍‍ ଶିଳ୍ପର ବିକାଶ ପାଇଁ ବିଜୁଳି ବିଲ୍‍ ଟାରିଫରେ ରହାତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଛନ୍ତି। ଯେହେତୁ ରାଜ୍ୟରେ ପ୍ରଚୁର କୋଇଲା ସମ୍ପଦ ରହିଛି, ତେଣୁ ବିଜୁଳିକୁ କଞ୍ଚାମାଲ ଭାବେ କମ୍‍ ମୂଲ୍ୟରେ ବ୍ୟବହାର କରି ଇସ୍ପାତ୍‍ ଉତ୍ପାଦନ କ୍ଷେତ୍ରରେ ଏକ ଇକୋସିଷ୍ଟମ ତିଆରି କରି ଏହି ଶିଳ୍ପକୁ ବଢାଇବାକୁ ପଡିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଓଡିଶାରୁ ବୌଦ୍ଧ ଧର୍ମ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇଛି। କଳିଙ୍ଗ ଯୁଦ୍ଧ ଏଠାରେ ହୋଇଥିଲା ଏବଂ ଏହି ଯୁଦ୍ଧ ପରେ ସମ୍ରାଟ୍‍ ଅଶୋକା ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତନ ହୋଇଥିଲେ। ହଜାର ହଜାର ବର୍ଷର ପୁରୁଣା ଇତିହାସରେ ଓଡିଶା-ଜାପାନ ସମ୍ପର୍କର ସେତୁ ହେଉଛି ବୌଦ୍ଧ ଧର୍ମ। ସେ କହିଛନ୍ତି ଓଡିଶାର କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଏବଂ ବୈଜ୍ଞାନିକ କଳା କୌଶଳର ଅନନ୍ୟ ଉଦାହରଣ ଓ ଇସ୍ପାତ୍‍ ଏହାର ମେରୁଦଣ୍ଡ। କୋଣାର୍କ ମନ୍ଦିର ଚୂଡରେ ଥିବା ଚୁମ୍ବକ ମନ୍ଦିରର ଢାଞ୍ଚାକୁ ଧରି ରଖିଥିଲା ଏବଂ ଚୁମ୍ବକୀୟ ପ୍ରଭାବ ଦ୍ୱାରା ଭଗବାନ ସୂର୍ଯ୍ୟଙ୍କ ପ୍ରତିମୂର୍ତି ଭୂମି ସଲଗ୍ନ ନହୋଇ ଏହାଠାରୁ ଟିକେ ଉପରେ ରହୁଥିଲା। ଏବେ ନୂଆ ଅର୍ଥନୀତିରେ କୋଣାର୍କରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories