www.samajalive.in
Monday, December 8, 2025
24.1 C
Bhubaneswar

ରାଜଘାଟରେ ବୃକ୍ଷରୋପଣ କଲେ ଟ୍ରମ୍ପ ଦମ୍ପତି, ଜାଣନ୍ତୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ କାହାର…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତର ଦ୍ବିତୀୟ ଦିନରେ ମଙ୍ଗଳବାର ରାଜଘାଟରେ ପହଞ୍ଚି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଟ୍ରମ୍ପ ଦମ୍ପତି ଏକ ବୃକ୍ଷରୋପଣ କରିଛନ୍ତି। ସେହି ବୃକ୍ଷର ନାମ ହେଉଛି ମଲବାର ଚେଷ୍ଟପଟ୍ (Guiana chestnut)। ଏହା ଏକ ପ୍ରକାର ବାଦାମ ଜାତୀୟ ବୃକ୍ଷ। ତେବେ ଟ୍ରମ୍ପ ଦମ୍ପତି ଲଗାଇଥିବା ଏହି ବୃକ୍ଷର ରକ୍ଷଣାବେକ୍ଷଣ ଦାୟିତ୍ବ କିଏ ନେବ ତାହା ଜାଣିଛନ୍ତି କି?

ବିଶ୍ବର ଅନ୍ୟ ରାଷ୍ଟ୍ରପତିଙ୍କ ଦ୍ବାରା ରାଜଘାଟରେ ଲାଗାଯାଇଥିବା ବୃକ୍ଷର ରକ୍ଷଣାବେକ୍ଷଣ ପାଇଁ ଯେଉଁ ବିଶେଷ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, ସେମାନେ ଏହି ବୃକ୍ଷର ଦେଖାଶୁଣା କରିବେ।ତେବେ ଆସନ୍ତୁ ଜାଣିବା କିଏ ଏହି କର୍ମଚାରୀ…

- Advertisement -

ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କ ସମାଧୀର ଦେଖାଶୁଣା କରିବା ପାଇଁ ‘ରାଜଘାଟ ସମାଧୀ କମିଟି’ ଗଠନ କରାଯାଇଛି। ଗାନ୍ଧିଜୀଙ୍କ ସମାଧୀ ତିଆରି କରାଯିବାର କିଛି ଦନି ପରେ ଏହି କିମିଟି ଗଠନ କରାଯାଇଥିଲା। କେନ୍ଦ୍ର ସହର ବିକାଶ ମନ୍ତ୍ରୀ ଏହି କମିଟିର ଅଧ୍ୟକ୍ଷ ଭାର ସମ୍ଭାଳିଥାନ୍ତି। ମନ୍ତ୍ରୀଙ୍କ ବ୍ୟତୀତ ଏଥିରେ ଜଣେ ସଚିବ ଏବଂ ପ୍ରାୟ ୨୦ ଜଣ କର୍ମଚାରୀ ରହିଥାନ୍ତି।

ରାଜଘାଟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ଏହି କମିଟି ସିପିଡବ୍ଲ୍ୟୁ ଉପରେ ନିର୍ଭର କରେ। ଏହାର ୩ଟି ବିଭାଗ ରହିଥାଏ। ସେଗୁଡିକ ହେଲା ଉଦ୍ୟାନ କୃଷି ବିଭାଗ, ବିଦ୍ୟୁତ୍ ବିଭାଗ ଏବଂ ସିଭିଲ ଡିଭିଜନ୍। ରାଜଘାଟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କୌଣସି ପ୍ରକାର ବୃକ୍ଷ ଲଗାଇବାକୁ ହେଲେ ତାହା ଉଦ୍ୟାନ କୃଷି ବିଭାଗ ଦ୍ବାରା ଲଗାଯାଏ। ସେହିପରି ବିଜୁଳୀ ସମ୍ବନ୍ଧୀୟ କାର୍ଯ୍ୟ ହେଲେ ବିଦ୍ୟୁତ୍ ବିଭାଗ ଏବଂ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟ ହେଲେ ସିଭିଲ ଡିଭିଜନ୍ ଦ୍ବାରା କରାଯାଏ। ଠିକାରେ ରହିଥିବା ଶ୍ରମିକ ବୃକ୍ଷର ରକ୍ଷଣାବେକ୍ଷଣ କାର୍ଯ୍ୟ କରିଥାନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories