ଛତ୍ରପୁର : ଗଞ୍ଜାମ ଜିଲା ଚମାଖଣ୍ଡି ପୁଲିସକୁ ଶନିବାର ମିଳିଛି ବଡ ସଫଳତା। ଏକ ବଡ ଡକାୟତି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି।
ସୂଚନା ଅନୁଯାୟୀ, ଚମାଖଣ୍ଡି ଥାନା ନିକଟ ଜାତୀୟ ରାଜପଥ ସିଙ୍ଗ ପନ୍ଧ ନିକଟରେ ଟ୍ରକ ଅଟକାଇ ରାହାଜାନି କରୁଥିବା ବେଳେ ଚମାଖଣ୍ଡି ପୁଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା। ଏହି ଘଟଣାରେ ପୁଲିସ ପାଞ୍ଚ ଜଣକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ତିନି ଜଣ ଫେରାର ହୋଇ ଯାଇଥିଲେ। ଗିରଫ ପାଞ୍ଚ ଜଣ ହେଲେ ନରେନ୍ଦ୍ରପୁର ଗ୍ରାମର ଅନିଲ କୁମାର ବଡ଼ତିଆ, ପୁରୀର ବିକାଶ ନାୟକ, ଅନନ୍ତପୁର ଛକର ସତ୍ୟ ସ୍ୱରୂପ ଜେନା, ଶିତଳାପଲ୍ଲୀର ରାଜା ପଵିତ୍ର ମୋହନ ପ୍ରଧାନ ଓ ଆମ୍ବପୁଆର ଦିପକ ରାଏତ। ପୁଲିସ କେସ ନମ୍ବର ୨୪ୟ୨୦୨୦ ମାମଲା ରୁଜୁ କରି ସେମାନେଙ୍କ ନିକଟରୁ ୪ଟି ଵାଇକ,୨ଟି ବମ, ଗୋଟେ ଖଣ୍ଡା, ୨ଟିଲୁହା ଛଡ ଜବତ କରିଥିଲା। ଘଟଣା ସ୍ଥଳରୁ ତିନି ଫେରାର ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ପରେ ସେମାନଙ୍କୁ ଶନିବାର କୋର୍ଟରେ ହାଜର ପରେ ଜେଲ ପଠାଇ ଦିଆଯାଇଛି।



