www.samajalive.in
Wednesday, December 10, 2025
26.1 C
Bhubaneswar

ଖେଲୋ ଇଣ୍ଡିଆରେ ଭାଗ ନେଉଛନ୍ତି ଓଡିଶାର ୭ ଟେକ୍ନିକାଲ ଓ ୨୫ ସ୍ୱେଚ୍ଛାସେବୀ

ସମ୍ବଲପୁର :  ଶନିବାର ଦିନ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ୨୦୨୦ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ କଟକ ଠାରେ ଆରମ୍ଭ ହୋଇଯାଇଛି। ଏହି ମେଗା କ୍ରିଡା ପ୍ରତିଯୋଗୀତାରେ ସୁଇମିଙ୍ଗ ଫେଡେରେସନ ଅଫ ଇଣ୍ଡିଆ ତରଫରୁ ପ୍ରଥମ ଥର ପାଇଁ ଓଡିଶା ସୁଇମିଙ୍ଗ ଆସୋସିଏସନ ସର୍ବାଧିକ ୭ ଜଣଙ୍କୁ ଟେକ୍ନିକାଲ ଷ୍ଟାଫ ଭାବରେ ନିଯୁକ୍ତ କରିଛନ୍ତି।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲ ଠାରେ ଆୟୋଜିତ ହେଉଥିବା ସନ୍ତରଣ ପ୍ରତିଯୋଗୀତାରେ କିଟର ସନ୍ତରଣ କୋଚ ଦିଲାୱର ହୁସେନ, ବୌଦ୍ଧର ଜୟକୃଷ୍ଣ ପଟେଲ, ଓସିଏଲର ସନ୍ତରଣ କୋଚ ରାଜେନ୍ଦ୍ର କୁମାର ମିଶ୍ର, ପୂର୍ବତଟ ରେଳବାଇର ସନ୍ତରଣ କୋଚ ଲକ୍ଷ୍ମୀ ଚନ୍ଦ୍ର ମହାକୁର, ସମ୍ବଲପୁରର ଆଶୁତୋଷ ନାୟକ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ସନ୍ତରଣ କୋଚ ଗୋପମଣି ମହନ୍ତ ଓ ପୁରୀର ରାଜୀବ ଲୋଚନ ଦାଶ ଙ୍କୁ ଟେକନିକାଲ ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି। ଏହା ସହିତ ଓଡିଶା ସୁଇମିଙ୍ଗ ଏସୋସିଏସନର ୨୫ ଜଣ ଟେକନିକାଲ ସ୍ୱେଚ୍ଛାସେବୀ ମଧ୍ୟ ସନ୍ତରଣ ପ୍ରତିଯୋଗୀତା ଗୁଡିକୁ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହାୟତା କରୁଛନ୍ତି। ଏହି ପ୍ରତିଯୋଗୀତାରେ ସାରା ଭାରତର ୧୫୯ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୪ ହଜାର କ୍ରିଡାବିତ ଭାଗ ନେଉଛନ୍ତି। ଓଡିଶାରୁ ପ୍ରଥମ ଥର ପାଇଁ ଏଭଳି ଏକ ମେଗା କ୍ରିଡା କାର୍ଯ୍ୟକ୍ରମରେ ଟେକନିକାଲ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନେ ଭାଗ ନେଉଥିବାରୁ ସୁଇମିଙ୍ଗ ଫେଡେରେସନ ଅଫ ଇଣ୍ଡିଆର ଉପ ସଭାପତି କମଲେଶ ନଭନିତ ସମସ୍ତଙ୍କ ସହିତ ଏକ ବୈଠକ କରି ଏହି କ୍ରିଡା ପ୍ରତିଯୋଗୀତା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରତିଯୋଗୀତାରେ ଭାଗ ନେଉଥିବା ସମସ୍ତ ଟେକନିକାଲ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ଓଡିଶା ସୁଇମିଙ୍ଗ ଏସୋସିଏସନର କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ, କୋଷାଧ୍ୟକ୍ଷ ବିଜୟ ଦିକ୍ଷୀତ ଙ୍କ ସମେତ ସମସ୍ତ ସଦସ୍ୟ ଶୁଭକାମନା ଜଣାଇଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories